‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ମିଳିଲା ୪ କୋଟି ଟଙ୍କାର ସୁନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୧ କେଜି ସୁନା ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି। ସୂଚନାରୁ ପ୍ରକାଶ, 12102 ହାୱାଡାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା। ପରେ ଟ୍ରେନ୍‌ଟିକୁ ଅଟକାଇ ୧୧ କେଜି ସୁନା […]

gold

gold

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 04:21 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୧ କେଜି ସୁନା ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି।

ସୂଚନାରୁ ପ୍ରକାଶ, 12102 ହାୱାଡାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା। ପରେ ଟ୍ରେନ୍‌ଟିକୁ ଅଟକାଇ ୧୧ କେଜି ସୁନା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ। ଅଟକ ଥିବା ବ୍ୟକ୍ତିମାନେ ମୁମ୍ୱାଇର ବୋଲି ଜଣାପଡ଼ିଛି। ଏମାନେ ସୁନା କେଉଁଠିକୁ ନେଉଥିଲେ, ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos