ରାଜ୍ୟର ୧୨.୨୫ଲକ୍ଷ ପରିବାର ପାଖରେ ଛାତଘର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ସମସ୍ତଙ୍କୁ ନିରାପଦ ବାସସ୍ଥାନ ଯୋଗାଇ ଦେବା ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ମାତ୍ର ରାଜ୍ୟର ୧୨.୨୫ଲକ୍ଷ ପରିବାର ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପଂଚାୟତିରାଜ ମନ୍ତ୍ରୀ […]

house

Ordigital Desk
  • Published: Tuesday, 19 July 2022
  • , Updated: 19 July 2022, 10:47 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ସମସ୍ତଙ୍କୁ ନିରାପଦ ବାସସ୍ଥାନ ଯୋଗାଇ ଦେବା ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ମାତ୍ର ରାଜ୍ୟର ୧୨.୨୫ଲକ୍ଷ ପରିବାର ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସୂଚନା ଦେଇଛନ୍ତି ।
ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ, ପୌରାଂଚଳରେ ନଗର ଉନ୍ନୟନ ବିଭାଗ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରୁ ୧ଲକ୍ଷ ୬୧ହଜାର ୭୨୯ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ(ସହରୀ) ଯୋଜନାରେ ସାମିଲ କରାଯାଇଛି । ଏସଇସିସି-୨୦୧୧ ସର୍ଭେ ଆଧାରରେ ପ୍ରସ୍ତୁତ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା ତାଲିକା(ପିଡବ୍ଲ୍ୟୁଏଲ)ରେ ସ୍ଥାନ ପାଇଥିବା ୧୮.୬୫ଲକ୍ଷ ପରିବାର ମଧ୍ୟରୁ ୧୮.୩୯ଲକ୍ଷ ପରିବାରକୁ ଗୃହ ମଞ୍ଜୁର କରାଯାଇ ସାରିଛି । ଅବଶିଷ୍ଟ ୨୬ହଜାର ପରିବାର ଭୂମିହୀନ ହୋଇଥିବାରୁ ସେମାନଙ୍କୁ ଜମି ଯୋଗାଇ ଦେଇ ଗୃହ ମଞ୍ଜୁର କରିବା ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୧୦ଲକ୍ଷ ୬୫ହଜାର ୩୭୪ଟି ଇନ୍ଦିରା ଆବାସ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହା ପରିବର୍ତ୍ତେ ୨୦୧୬-୧୭ ଆର୍ଥିକ ବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି ।

Related story