‘୧୨.୮୧ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ମୃତ୍ୟୁ ହୋଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହେବା ଦିନଠୁ ଏପର୍ଯ୍ୟନ୍ତ ମୋଟ ୧୨ ଲକ୍ଷ ୮୧ ହଜାର ୧୪୫ ଜଣ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧ଲକ୍ଷ ୪୯ହଜାର ୩୫୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଏବେ ୧ ଲକ୍ଷ ୪୦ ହଜାର ୫୪୭ଟି ଆବେଦନ ବିଚାରାଧୀନ ରହିଛି ବୋଲି ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀନ ନାୟକ ଆଜି ବିଧାନସଭାରେ କହିଛନ୍ତି । ଏକ ପ୍ରଶ୍ନର ଲିଖିତ ଉତ୍ତରରେ […]

Rasan

Ordigital Desk
  • Published: Wednesday, 27 July 2022
  • , Updated: 27 July 2022, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହେବା ଦିନଠୁ ଏପର୍ଯ୍ୟନ୍ତ ମୋଟ ୧୨ ଲକ୍ଷ ୮୧ ହଜାର ୧୪୫ ଜଣ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧ଲକ୍ଷ ୪୯ହଜାର ୩୫୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଏବେ ୧ ଲକ୍ଷ ୪୦ ହଜାର ୫୪୭ଟି ଆବେଦନ ବିଚାରାଧୀନ ରହିଛି ବୋଲି ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀନ ନାୟକ ଆଜି ବିଧାନସଭାରେ କହିଛନ୍ତି ।

ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ମୋଟ ୩କୋଟି ୩୩ଲକ୍ଷ ୨୭ହଜାର ୫୫ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ସେଥିରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୩କୋଟି ୨୫ଲକ୍ଷ ୧୮ହଜାର ୪୫୫ଜଣ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ଲକ୍ଷ ୮ହଜାର ୮ଶହ ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି ।

ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ ହେବା ନିମନ୍ତେ ମିଳିଥିବା ଆବେଦନପତ୍ର ବିଚାରାଧୀନ ରହିଛି । ଏହି ଆବେଦନଗୁଡ଼ିକ ସମ୍ବନ୍ଧରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମା ଓ ଖାଲି ପଡ଼ିଥିବା ସ୍ଥାନ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

Related story