କମିଶନରେଟ ପୁଲିସକୁ ସଫଳତା, ୩ ଗ୍ୟାଙ୍ଗର ୧୨ ଅପରାଧୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଓ ଛିନତାଇ ଅଭିଯୋଗରେ ୩ଟି ଗ୍ୟାଙ୍ଗର ୧୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା, ରୁପା, ପିସ୍ତଲ ଓ ମାରଣାସ୍ତ୍ର ଜବତ କରିଛି। ଅପରାଧ ରୋକିବା ପାଇଁ ସହିଦନଗର, ବଡଗଡ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। କିଛିଦିନ ତଳେ ଦୁର୍ବୃତ୍ତମାନେ ସହିଦନଗର ଥାନା ଅନ୍ତର୍ଗତ ବାସୁଆ ଘାଇ ଅଞ୍ଚଳରେ ଜଣଙ୍କ ଘରେ ପଶି ଚୋରି […]

bbsr

Manoranjan Sial
  • Published: Wednesday, 10 April 2019
  • , Updated: 10 April 2019, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଓ ଛିନତାଇ ଅଭିଯୋଗରେ ୩ଟି ଗ୍ୟାଙ୍ଗର ୧୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା, ରୁପା, ପିସ୍ତଲ ଓ ମାରଣାସ୍ତ୍ର ଜବତ କରିଛି। ଅପରାଧ ରୋକିବା ପାଇଁ ସହିଦନଗର, ବଡଗଡ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା।

କିଛିଦିନ ତଳେ ଦୁର୍ବୃତ୍ତମାନେ ସହିଦନଗର ଥାନା ଅନ୍ତର୍ଗତ ବାସୁଆ ଘାଇ ଅଞ୍ଚଳରେ ଜଣଙ୍କ ଘରେ ପଶି ଚୋରି କରିଥିଲେ। ଏହି ଘଟଣାରେ ମୁନ୍ନା ଗ୍ୟାଙ୍ଗର ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ସୁନା ଓ ରୁପା ଜବତ କରିଛି।

ସେହିପରି ବଡ଼ଗଡ ଥାନା ଅନ୍ତର୍ଗତ ଚିଲି ପୋଖରୀ ନିକଟରେ ଚୋରି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୬ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କଠାର ୧୨୬ ଗ୍ରାମ ସୁନା ଗହଣା, ଗୋଟିଏ ପିସ୍ତଲ, ଦୁଇଟି ବାଇକ ସହ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।

ସେହିଭଳି କ୍ୟାପିଟାଲ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି।

Related story