ନୀଳକନ୍ଦରକୁ ବାହୁଡ଼ିଲେ ତିନିଠାକୁର

ପୁରୀ(ଓଡ଼ିଶା ରିପୋର୍ଟର): ବଡ଼ଦାଣ୍ଡ ଓ ଜନ୍ମବେଦୀରେ ୧୨ ଦିନର ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରିବିହାରୀ। ଦାରୁବ୍ରହ୍ମଙ୍କ ଘୋଷ ଯାତ୍ରାର ଅନ୍ତିମ ପର୍ବ ହୋଇଥିଲା ନିଳାଦ୍ରୀ ବିଜେ। ପ୍ରଥମେ ବିଜେ କାହାଳି ବାଜିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ପରେ ଆରମ୍ଭ ହୋଇଥିଲା ତିନିଠାକୁରଙ୍କ ଗୋଟି ପହଣ୍ଡି। ଏହା ପରେ ମା’ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ତା’ପରେ ଯାଇ ଆରମ୍ଭ ହୋଇଥିଲା କାଳିଆଠାକୁରଙ୍କ ପହଣ୍ଡି। ପରମ୍ପରା ଅନୁଯାୟୀ, […]

balabhadra

Manoranjan Sial
  • Published: Monday, 15 July 2019
  • , Updated: 15 July 2019, 08:17 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବଡ଼ଦାଣ୍ଡ ଓ ଜନ୍ମବେଦୀରେ ୧୨ ଦିନର ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରିବିହାରୀ। ଦାରୁବ୍ରହ୍ମଙ୍କ ଘୋଷ ଯାତ୍ରାର ଅନ୍ତିମ ପର୍ବ ହୋଇଥିଲା ନିଳାଦ୍ରୀ ବିଜେ। ପ୍ରଥମେ ବିଜେ କାହାଳି ବାଜିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ପରେ ଆରମ୍ଭ ହୋଇଥିଲା ତିନିଠାକୁରଙ୍କ ଗୋଟି ପହଣ୍ଡି। ଏହା ପରେ ମା’ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ତା’ପରେ ଯାଇ ଆରମ୍ଭ ହୋଇଥିଲା କାଳିଆଠାକୁରଙ୍କ ପହଣ୍ଡି।

ପରମ୍ପରା ଅନୁଯାୟୀ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ। ଆସନ୍ତାକାଲି ଚନ୍ଦ୍ରଗ୍ରହଣ ଥିବାରୁ ଦ୍ୱି’ ପହର ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ଭୋର ପ୍ରାୟ ୪ଟା ଭିତରେ କରିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ନୀତିକାନ୍ତି ଯେପରି ଶୃଙ୍ଖଳିତ ଢଙ୍ଗରେ ହେବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହୋଇଛି। ଲକ୍ଷାଧିକ ଭକ୍ତରେ ଉଛୁଳିପଡ଼ୁଛି ଶ୍ରୀକ୍ଷେତ୍ର। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story