୧୨ ଘଣ୍ଟିଆ ଅନୁଗୋଳ ବନ୍ଦ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି। ମୁଖ୍ୟତଃ ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।  ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ସହ ବସ୍‌ ଓ ରେଳ ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀ ବିଭିନ୍ନ ଛକରେ ପିକେଟିଂ, ରାଲି ଓ ଧାରଣା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ତାଳଚେରରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ସରକାରୀ ପରିଚାଳନାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ଓ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ କରିବା ଆଦି ଦାବିରେ କମିଟି ବନ୍ଦ ଡାକରା ଦେଇଛି।