ଆଦିବାସୀଙ୍କ ପାଇଁ ସଂରକ୍ଷିତ ପଦବୀ ହାତେଇଛନ୍ତି ଅଣ-ଆଦିବାସୀ, ପ୍ରତିବାଦରେ ବନ୍ଦ ଡାକରା

ଲମତାପୁଟ (ଜଗତ ଜୀବନ କଚିନ): ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ଜଣେ ଅଣ-ଆଦିବାସୀ ହାତେଇଥିବା ଅଭିଯୋଗ କରି ସର୍ବଦଳୀୟ ଆଦିବାସୀ ସଂଘ ପକ୍ଷରୁ ଆଜି ୧୨ଘଣ୍ଟିଆ ଲମତାପୁଟ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ଅନକାଡେଲି ଠାରୁ ଜୟପୁର, କୋରାପୁଟ ଓ ଲମତାପୁଟ ଅଞ୍ଚଳକୁ ଯାଉଥିବା ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିଛି। ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। […]

bandh

Jitendra Garnayak
  • Published: Monday, 24 December 2018
  • , Updated: 24 December 2018, 12:15 PM IST

ଲମତାପୁଟ (ଜଗତ ଜୀବନ କଚିନ): ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ଜଣେ ଅଣ-ଆଦିବାସୀ ହାତେଇଥିବା ଅଭିଯୋଗ କରି ସର୍ବଦଳୀୟ ଆଦିବାସୀ ସଂଘ ପକ୍ଷରୁ ଆଜି ୧୨ଘଣ୍ଟିଆ ଲମତାପୁଟ ବନ୍ଦ ଡାକରା ଦିଆଯାଇଛି।

ଏଥିଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ଅନକାଡେଲି ଠାରୁ ଜୟପୁର, କୋରାପୁଟ ଓ ଲମତାପୁଟ ଅଞ୍ଚଳକୁ ଯାଉଥିବା ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିଛି। ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଜଣେ ଅଣ-ଆଦିବସୀ ମହିଳା ଜାଲ୍‌ ପ୍ରମାଣ ପତ୍ର ପ୍ରଦାନ କରି ଏହି ପଦବୀ ହାସଲ କରିଥିବା ଅଭିଯୋଗ ହୋଇଛି।

ଲମତାପୁଟ ସର୍ବଦଳୀୟ ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଆଜି ବନ୍ଦ ଡାକରା ଦେଇଛି।

Related story