ସବଡିଭିଜନ ଦାବିରେ ବରପାଲି ବନ୍ଦ

Ordigital Desk
  • Published: Wednesday, 06 December 2017
  • , Updated: 06 December 2017, 07:50 AM IST
<p>ବରଗଡ଼: ବରଗଡ଼ ଜିଲ୍ଲାର ବରପାଲିକୁ ସବଡିଭିଜନ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡକାରା ଦିଆଯାଇଛି। ବରପାଲି ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସ୍କୁଲ, କଲେଜ ଓ&nbsp; ଦୋକାନ ବଜାର ବନ୍ଦ ରହିଛି।</p> <p>ବନ୍ଦ ପାଳନକୁ ବରପାଲିର ବିଭିନ୍ନ&nbsp; ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରପାଲି ଓକିଲ ସଂଘର ସଭାପତି ତାରାପଦ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ପୂନର୍ଗଠନର ବହୁ&nbsp; ପୂର୍ବରୁ ଏହି ଦାବି ହୋଇ ଆସୁଛି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଉନାହାନ୍ତି। ଏହାର ପ୍ରତିବାଦ ସ୍ୱରୁପ ବନ୍ଦ ପାଳନ କରାଯାଉଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି।</p> <p>&amp;nbsp;</p>

Related story