୧୨ ଘଣ୍ଟା ଠପ୍‌ ହୋଇଗଲା ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରର ନିଆଁ। ଘଟଣାର ସିବିଆଇ ତଦନ୍ତ ଓ ରାଜ୍ୟ ସରକାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ବିଜେପି କରିଛି ହରତାଳ। ସବୁଠି ଜୀବନଯାତ୍ରା ଠପ୍ ହୋଇଯାଇଥିଲା। ସାରା ରାଜ୍ୟରେ ଚକଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସବୁ ବନ୍ଦ। ଏମିତିକି ପୀଡିତାଙ୍କ ନିଜ ଗାଁ ଓ ଜିଲ୍ଲାରେ ବି ଦେଖିବାକୁ ମିଳିଛି ବନ୍ଦର ଜୋରଦାର ପ୍ରଭାବ।
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜଧାନୀରେ ରଣହୁଙ୍କାର ଦେଇଥିଲେ ଉଭୟ କଂଗ୍ରେସ ଓ ବିଜେପି। ୧୨ ଘଣ୍ଟିଆ ବନ୍ଦ ଓ ହରାତଳ ଯୋଗୁଁ ଏଠି ଦେଖିବାକୁ ମିଳିଥିଲା ନାକାବନ୍ଦୀ ପରିସ୍ଥିତି। ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ ହେଉ ବା ଜୟଦେବ ବିହାର ଛକ ଅବା ରସୁଲଗଡ଼ କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ ତ ଆଉ କେଉଁଠି ପିକେଟିଂ। ପୂରା ଠପ୍ ହୋଇଯାଇଥିଲା ରାଜଧାନୀ ଚକ ଅଖ, ଦୋକାନ ବଜାର, ସ୍କୁଲ, କଲେଜ।
ବନ୍ଦ ପାଳନ ବେଳେ ରାଲିରେ ଯାଉଥିବା କଂଗ୍ରେସ କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଛିଣ୍ଡାଇ ଫୋପାଡି ଦେଇଥିଲେ। ୧୪୪ ଧାରା ଜାରି ସତ୍ତ୍ୱେ ସଚିବାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବି ହୋଇଥିଲା ପିକେଟିଂ। ଦିନ ପ୍ରାୟ ୧୧ଟାବେଳେ ବିଜେପି ନେତା ଓ କର୍ମୀମାନେ ହଠାତ୍ ସଚିବଳାୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ସେଠାରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି।
ବନ୍ଦକୁ ଦୃଷ୍ଟିରେ ରଖି ସଚିବାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପୋଲିସ କର୍ଡନ ଭିତରେ ସଚିବାଳୟକୁ ଆସିଥିଲେ। ସେହିପରି ଅନ୍ୟ ସଚିବମାନେ ପୋଲିସ ଗାଡିରେ ଅଫିସ୍ ଆସିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ବାଇକରେ ସଚିବାଳୟକୁ ଆସିଥିଲେ।
କୁନ୍ଦୁଲି ପୀଡ଼ିତାଙ୍କ ନିଜ ଗାଁ ସାଙ୍ଗକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବି ଦେଖିବାକୁ ମିଳିଥିଲା ବନ୍ଦ ଓ ହରତାଳରର ପ୍ରଭାବ। ପୀଡିତାଙ୍କୁ ନ୍ୟାୟ ପାଇଁ ରାସ୍ତାରୋକ କରିଥିଲେ କୁନ୍ଦୁଲିବାସୀ। ସେହିପରି ଜୟପୁରରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାସ୍ତାରୋକ କରିଥିବାବେଳେ କୋରାପୁଟରେ ବିଜେପି ନେତା ଜୟରାମ ପାଙ୍ଗିଙ୍କ ନେତୃତ୍ୱରେ ହୋଇଥିଲା ହରତାଳ।
ସେପଟେ ବିରୋଧୀଙ୍କ ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ।
ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ସହରରେ ବି ଦେଖିବାକୁ ମିଳିଥିଲା ବନ୍ଦ ଓ ହରତାଳର ପ୍ରଭାବ। କଟକ, ବ୍ରହ୍ମପୁର, ପୁରୀ, ରାଉରକେଲା, ସମ୍ବଲପୁର, ବାରିପଦା, ଖୋର୍ଦ୍ଧା, ବଲାଙ୍ଗିର ଓ ନୟାଗଡ଼ରେ ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ଓ ବିଜେପି କର୍ମୀ। ବନ୍ଦ ପାଳନ ବେଳେ କିଛି ସ୍ଥାନରେ ମାରପିଟ ଓ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା।
Ordigital Desk
• Published: Wednesday, 24 January 2018
• Updated: 24 January 2018, 09:09 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos