ସହିଦ ସପ୍ତାହରେ ମାଓବାଦୀଙ୍କୁ ବଡ଼ ଝଟକା

ମାଲକାନଗିରି(ଓଡ଼ିଶା ରିପୋର୍ଟର) ସହିଦ ସପ୍ତାହରେ ମାଓବାଦୀଙ୍କୁ ବଡ଼ ଝଟକା ଲାଗିଛି । ଦୀର୍ଘ ଦିନ ଧରି ମାଓ କାର୍ଯ୍ୟକଳାପରେ ସାମିଲ ଥିବା ୧୨ ଜଣ ମାଓବାଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚିନ୍ତାପଲ୍ଲୀ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କ ଘର  ଜି. କେ. ବିଧି ପଞ୍ଚାୟତର ପଣାସଲବଣ୍ଡା, ଆକୁଲୁରୁ, ରାମଗଡ଼ ଓ ପାତ୍ରୁନିଗୁଣ୍ଟାରେ ଅତିରିକ୍ତ ପୁଲିସ କମିଶନର ବିଦ୍ୟାସାଗର ସମସ୍ତଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଆନ୍ଧ୍ରପ୍ରଦେଶ ଓ ଓଡିଶା […]

mao-1

Tapas Behera
  • Published: Sunday, 06 December 2020
  • , Updated: 06 December 2020, 04:19 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର) ସହିଦ ସପ୍ତାହରେ ମାଓବାଦୀଙ୍କୁ ବଡ଼ ଝଟକା ଲାଗିଛି । ଦୀର୍ଘ ଦିନ ଧରି ମାଓ କାର୍ଯ୍ୟକଳାପରେ ସାମିଲ ଥିବା ୧୨ ଜଣ ମାଓବାଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚିନ୍ତାପଲ୍ଲୀ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କ ଘର  ଜି. କେ. ବିଧି ପଞ୍ଚାୟତର ପଣାସଲବଣ୍ଡା, ଆକୁଲୁରୁ, ରାମଗଡ଼ ଓ ପାତ୍ରୁନିଗୁଣ୍ଟାରେ ଅତିରିକ୍ତ ପୁଲିସ କମିଶନର ବିଦ୍ୟାସାଗର ସମସ୍ତଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତରେ ସକ୍ରିୟ ଥିବା ଗାଲିକୋଣ୍ଡା ମାଓ ଦଳର ସଦସ୍ୟ ଏମାନେ ମାଓଦଳରେ ଗୋଷ୍ଠୀକନ୍ଦଳ, ପୋଲିସ ଦ୍ୱାରା ପ୍ରାଣହାନି ଘଟିବା ଭୟରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ମାଓବାଦୀଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବା ସହ ପୁଲିସ ଶିକ୍ଷାଅନୁଷ୍ଠାନ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ ବୋଲି କୁହାଯାଇଛି।

Related story