୧୨ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ  ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି।  ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ। […]

police

Jyoshna Pradhan
  • Published: Thursday, 18 July 2019
  • , Updated: 18 July 2019, 07:49 AM IST

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ  ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି।  ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ। ତେବେ ଶ୍ରମିକ ଚାଲାଣ କରାଯାଉଥିବା ଖବର ପାଇ ପୁଲିସ୍‌ ଉମରକୋଟରୁ ବିଶାଖପାଟଣା ଯାଉଥିବା ଏକ ବସ୍‌କୁ ଯାଞ୍ଚ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା।

ପୁଲିସ୍‌ର ପ୍ରାଥମିକ ତଦନ୍ତ ଅନୁଯାୟୀ ସମସ୍ତ ଶ୍ରମିକଙ୍କୁ ଚେନ୍ନାଇ ଓ ତ୍ରିପୁରାକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ସମସ୍ତ ଶ୍ରମିକଙ୍କ ପରିବାରକୁ ପୁଲିସ ପକ୍ଷରୁ ଖବର ଦିଆଯାଇଛି। ତେବେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ କହିଛନ୍ତି।

Related story