ମହୁଫେଣାକୁ ଝାମ୍ପ ମାରିଲା ମାଙ୍କଡ଼, ଗୋଡ଼ାଇ ଗୋଡ଼ାଇ ପିଲାଙ୍କୁ କାମୁଡ଼ିଲେ ମହୁମାଛି

ଆନନ୍ଦପୁର (ମୁନା ସିଂହ): ସ୍କୁଲ ପରିସରରେ ଥିବା ମହୁଫେଣାକୁ ଝାମ୍ପ ମାରି ପଳାଇଗଲା ମାଙ୍କଡ଼। ହେଲେ ମହୁମାଛିଙ୍କ ଆକ୍ରୋଶର ଶିକାର ହେଲେ କୋମଳମତି ପିଲା। ମହୁମାଛିମାନେ ପିଲାମାନଙ୍କୁ  ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅଘସିପୁରା ବ୍ଲକ ଗଁପୁର ପଞ୍ଚାୟତ  ଅନ୍ତର୍ଗତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟରେ। ମହୁମାଛି ଆକ୍ରମଣରେ ୧୨ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ପିଲାମାନେ ସ୍କୁଲରେ ବସି ପାଠ […]

bee attack

  • Published: Thursday, 24 November 2022
  • , Updated: 24 November 2022, 01:54 PM IST

ଆନନ୍ଦପୁର (ମୁନା ସିଂହ): ସ୍କୁଲ ପରିସରରେ ଥିବା ମହୁଫେଣାକୁ ଝାମ୍ପ ମାରି ପଳାଇଗଲା ମାଙ୍କଡ଼। ହେଲେ ମହୁମାଛିଙ୍କ ଆକ୍ରୋଶର ଶିକାର ହେଲେ କୋମଳମତି ପିଲା। ମହୁମାଛିମାନେ ପିଲାମାନଙ୍କୁ  ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅଘସିପୁରା ବ୍ଲକ ଗଁପୁର ପଞ୍ଚାୟତ  ଅନ୍ତର୍ଗତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟରେ। ମହୁମାଛି ଆକ୍ରମଣରେ ୧୨ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି ପିଲାମାନେ ସ୍କୁଲରେ ବସି ପାଠ ପଢ଼ୁଥିଲେ। ହଠାତ୍ କ୍ୟାମ୍ପସ ଭିତରକୁ ପଶିଆସିଥିଲା ଏକ ମାଙ୍କଡ଼। ଏଣେ ତେଣେ ଡିଆଁଡେଇଁ କରୁ କରୁ ସ୍କୁଲ ପରିସରରେ ଥିବା ଏକ କଦମ୍ବ ଗଛରେ ଚଢ଼ିଯାଇଥିଲା। କଦମ୍ବ ଗଛରେ ଝୁଲି ରହିଥିବା ଏକ ମହୁଫେଣାକୁ ଝାମ୍ପ ମାରି ମାଙ୍କଡ଼ ସେଠାରୁ ପଳାଇଯାଇଥିଲା। ଏହାପରେ ମହୁଫେଣାରୁ ମହୁମାଛିମାନେ ଉଡ଼ି ଆସି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ପିଲା ଆହତ ହୋଇଛନ୍ତି।

ଆହତ ଛାତ୍ରଛାତ୍ରୀଙ୍କୁ ସାଇଁକୁଳ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦ ଜଣ ଘରକୁ ଫେରିଥିବା ବେଳେ  ଗୁରୁତର ଥିବା ୨ ଜଣ ଏବେ ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

 

Related story