ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକର ମୃତ୍ୟୁ!

ନୀଳଗିରି (ବିଶ୍ୱମ୍ୱର ଦାସ): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ଏପରି ଘଟଣା ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧୀନ କାଣ୍ଡଗରଡିହି ପଞ୍ଚାୟତର ବଳରାମପାଟଣା ଗାଁରେ ଘଟିଛି। ପୂରା ଘଟଣା ଏମିତି। ଗତକାଲି ବଳରାମପାଟଣା ଗାଁରେ ଏକ ବିବାହ ଉତ୍ସବ ହୋଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟାଇଥିଲେ। ସେଥିରୁ କିନ୍ତୁ ଗୋଟିଏ ବାଣ ଫୁଟି ନଥିଲା। ସେହି ଅଫୁଟା ବାଣରେ ସୋମନାଥ ମଲ୍ଲିକଙ୍କ ପୁଅ ଗୌତମ(୧୨) ନିଆଁ […]

balasore

Manoranjan Sial
  • Published: Tuesday, 09 July 2019
  • , Updated: 09 July 2019, 04:09 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ଏପରି ଘଟଣା ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧୀନ କାଣ୍ଡଗରଡିହି ପଞ୍ଚାୟତର ବଳରାମପାଟଣା ଗାଁରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ବଳରାମପାଟଣା ଗାଁରେ ଏକ ବିବାହ ଉତ୍ସବ ହୋଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟାଇଥିଲେ। ସେଥିରୁ କିନ୍ତୁ ଗୋଟିଏ ବାଣ ଫୁଟି ନଥିଲା। ସେହି ଅଫୁଟା ବାଣରେ ସୋମନାଥ ମଲ୍ଲିକଙ୍କ ପୁଅ ଗୌତମ(୧୨) ନିଆଁ ଲଗାଇ ଦେବାରୁ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ମୁହଁ ଓ କାନ ମୁଣ୍ଡାରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ଗୌତମଙ୍କ ମୃତ୍ୟୁ ଘଟିଛି।

Related story