୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ; ବଲାଙ୍ଗିର ଓ ଟିଟିଲାଗଡ଼ରେ ସର୍ବାଧିକ ୪୬ ଡିଗ୍ରୀ

ଭୁବନେଶ୍ୱର: ଗ୍ରୀଷ୍ମର ପ୍ରକୋପରେ ପୁଣି ଅସ୍ତବ୍ୟସ୍ତ ହୋଇଛନ୍ତି ରାଜ୍ୟବାସୀ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ହେଉଥିବା ବେଳେ ଉପକୂଳବାସୀ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ସେଲ୍‌ସିୟସ୍ ରହିଥିଲା। ହୀରାକୁଦର ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୫.୫, ଭବାନୀପାଟଣାରେ ୪୪.୭, ଅନୁଗୋଳରେ ୪୩.୭, ତାଳଚେର ୪୩.୬, ସମ୍ବଲପୁର ୪୩.୪, ସୁନ୍ଦରଗଡ଼ରେ […]

heat-wave

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 03:34 PM IST

ଭୁବନେଶ୍ୱର: ଗ୍ରୀଷ୍ମର ପ୍ରକୋପରେ ପୁଣି ଅସ୍ତବ୍ୟସ୍ତ ହୋଇଛନ୍ତି ରାଜ୍ୟବାସୀ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ହେଉଥିବା ବେଳେ ଉପକୂଳବାସୀ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ସେଲ୍‌ସିୟସ୍ ରହିଥିଲା।

ହୀରାକୁଦର ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୫.୫, ଭବାନୀପାଟଣାରେ ୪୪.୭, ଅନୁଗୋଳରେ ୪୩.୭, ତାଳଚେର ୪୩.୬, ସମ୍ବଲପୁର ୪୩.୪, ସୁନ୍ଦରଗଡ଼ରେ ୪୨, ଫୁଲବାଣୀରେ ୪୨.୮, ସୋନପୁରରେ ୪୨.୩ ଓ କେନ୍ଦୁଝରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଆଜି ଭୁବନେଶ୍ୱରରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ କଟକରେ ୩୯ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସକାଳେ ଆକାଶ ମେଘମୁକ୍ତ ରହୁଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢୁଛି। ଆସନ୍ତା ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଉପକୂଳ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହୁଥିଲେ ହେଁ ବାୟୁ ମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି।

Related story