ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ:୧୪ଟି ମେଣ୍ଢା ମୃତ

Ordigital Desk
  • Published: Wednesday, 22 November 2017
  • , Updated: 22 November 2017, 10:31 AM IST
<p>କଟକ: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ନିଆଳି ଓ କଣ୍ଟାପଡ଼ା ବ୍ଲକର ୨ଟି ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୪ଟି ମେଣ୍ଢାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୂଆ ବାବଜା ଗାଁର ପ୍ରଶାନ୍ତ ରାଉତଙ୍କ ୩ ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ବେଳେ କଣ୍ଟାପଡ଼ା ବ୍ଲକ ବାବଜା ଗାଁର ୩ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି।&nbsp; ସେହିପରି ଅଡ଼ଶପୁର ନଦୀକୂଳ ସାହିରେ କିଛି ମେଣ୍ଢାଙ୍କ ମୃତ୍ୟୁ ହୋଇଛି।</p> <p>ଗତ ଶନିବାର ଦିନ ଗୋବିନ୍ଦପଦା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୩ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ଏହି ସବୁ ଅଞ୍ଚଳରେ କିଛି ମାସ ପୂର୍ବରୁ ଅନେକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବାରୁ ପୁଣି ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳର ମେଣ୍ଢା ପାଳକ ଭୟଭୀତ ହୋଇପଡ଼ିଛନ୍ତି।</p>

Related story