ଜଗତସିଂହପୁରର ଦୁଇ ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ଭିତରେ ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହିତ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ସ୍ଥାନରେ ଏକତ୍ରିତ ନହୋଇପାରିବେ, ସେଥିପାଇଁ ଏହି ଧାରା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୧୪ ତାରିଖ […]

sarala

sarala

Jitendra Garnayak
  • Published: Saturday, 11 April 2020
  • Updated: 11 April 2020, 02:36 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ଭିତରେ ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହିତ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ସ୍ଥାନରେ ଏକତ୍ରିତ ନହୋଇପାରିବେ, ସେଥିପାଇଁ ଏହି ଧାରା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ- ୩ ଦିନ ପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୪ ତାରିଖ ହେଉଛି ପଣାସଂକ୍ରାନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନକୁ ଓଡ଼ିଶାରେ ନବବର୍ଷ ଭାବେ ବି ପାଳନ କରାଯାଏ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଏହି ଦୁଇ ଅଞ୍ଚଳରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ କୁହାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ୧୪ ତାରିଖରେ ଲକ୍‌ଡାଉନ୍‌ ଶେଷ ହେଉଥିବା ବେଳେ ଓଡ଼ିଶା ସରକାର ଏହାକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ଏଯାବତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବ ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story