ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ଗଲା ୧୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ରାଜ୍ୟ ପାଇଁ ଅଶୁଭ ପାଲଟିଛି। ଆଜି ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ରାସ୍ତା ଦୁର୍ଘଟଣାରେ ଯାଇଛି ୧୫ ଜୀବନ। ୨୯ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି-ଗୋବିନ୍ଦପାଲି ରାସ୍ତାର ପାଙ୍ଗାମ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମାଥିଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ […]

accident12

accident12

Jitendra Garnayak
  • Published: Monday, 11 February 2019
  • Updated: 11 February 2019, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ରାଜ୍ୟ ପାଇଁ ଅଶୁଭ ପାଲଟିଛି। ଆଜି ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ରାସ୍ତା ଦୁର୍ଘଟଣାରେ ଯାଇଛି ୧୫ ଜୀବନ। ୨୯ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମାଲକାନଗିରି-ଗୋବିନ୍ଦପାଲି ରାସ୍ତାର ପାଙ୍ଗାମ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମାଥିଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନାଲାଝର ଗାଁରେ ଏକ ବର ପକ୍ଷ ନିର୍ବନ୍ଧ କରିବା ପାଇଁ କନ୍ୟା ଘରକୁ ଯାଇଥିଲେ। ନିର୍ବନ୍ଧ ସାରି ସେମାନେ ଫେରୁଥିବା ବେଳେ ଭ୍ୟାନ୍‌ଟି କିରିମିରା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ମହୁଲପଡ଼ା ଗାଁର ରାମ ଭୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଟିଟିଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେହିପରି ରାଉରକେଲାରେ ଟ୍ରେଲର ଧକ୍କାରେ ୨ ଜଣ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର, ମୟୂରଭଞ୍ଜ ଜିଲ୍ଲା ଉଦଳା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବୌଦ୍ଧ, ଟିଟିଲାଗଡ଼, ପାଲଲହଡ଼ା, ମାଲକାନଗିରି, କେନ୍ଦୁଝର ଓ ପଦ୍ମପୁରରେ ପୃଥକ ପୃଥକ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos