ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି।  ରାଜ୍ୟ ସରକାର ଏହି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।  ଗତ ନଭେମ୍ବର ୫ ତାରିଖରେ ପ୍ରବୀରଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଆଇଆଇଏମ୍‌ସି ଢେଙ୍କାନାଳରୁ ସାମ୍ବାଦିକତା ପାଠ ପଢିଥିବା ପ୍ରବୀର ପୂର୍ବରୁ ବିଭିନ୍ନ […]

prabir-2

Tapas Behera
  • Published: Wednesday, 09 December 2020
  • , Updated: 09 December 2020, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି।  ରାଜ୍ୟ ସରକାର ଏହି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।  ଗତ ନଭେମ୍ବର ୫ ତାରିଖରେ ପ୍ରବୀରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଆଇଆଇଏମ୍‌ସି ଢେଙ୍କାନାଳରୁ ସାମ୍ବାଦିକତା ପାଠ ପଢିଥିବା ପ୍ରବୀର ପୂର୍ବରୁ ବିଭିନ୍ନ ଖବରକାଗଜ ସହ ନ୍ୟୁଜ୍‌  ଚ୍ୟାନେଲରେ ମଧ୍ୟ କାମ କରିଥିଲେ । ପ୍ରଥମେ ପ୍ରବୀରଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲା । ଏହାର କିଛି ଦିନ ପରେ ପ୍ରବୀର ଏହି ରୋଗରେ ଶିକାର ହୋଇଥିଲେ। ପ୍ରବୀରଙ୍କ ପତ୍ନୀ ଓ ଛୋଟ ଝିଅ ଅଛନ୍ତି ।

Related story