ହକି ବିଶ୍ୱକପ୍ ପାଇଁ ବୁଡ଼ିବାକୁ ଯାଉଛି ୧୫ ହଜାର ଶ୍ରମିକଙ୍କ ଦାନାପାଣି

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ବୁଡ଼ିବାକୁ ଯାଉଛି ପ୍ରାୟ ୧୫ ହଜାର ଶ୍ରମିକଙ୍କ ଦାନାପାଣି। ରାଉରକେଲା ଓ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ହେବାକୁ ଯାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଚଳର ୨୨ଟି କମ୍ପାନୀକୁ ମାସେ ବନ୍ଦ ରଖିବାକୁ ହୋଇଛି ନୋଟିସ୍। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁଆରୀ ୧ରୁ ୩୧ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ବନ୍ଦ ରଖିବାକୁ ନୋଟିସ୍ କରିଛି। ଫଳରେ କାରଖାନା ଉପରେ ନିର୍ଭର କରି ଚଳୁଥିବା ଶ୍ରମିକଙ୍କୁ ଘାରିଛି ପେଟପାଟଣା […]

hockey

hockey

Niranjan Mishra
  • Published: Wednesday, 28 December 2022
  • Updated: 28 December 2022, 08:35 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ବୁଡ଼ିବାକୁ ଯାଉଛି ପ୍ରାୟ ୧୫ ହଜାର ଶ୍ରମିକଙ୍କ ଦାନାପାଣି। ରାଉରକେଲା ଓ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ହେବାକୁ ଯାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଚଳର ୨୨ଟି କମ୍ପାନୀକୁ ମାସେ ବନ୍ଦ ରଖିବାକୁ ହୋଇଛି ନୋଟିସ୍। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁଆରୀ ୧ରୁ ୩୧ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ବନ୍ଦ ରଖିବାକୁ ନୋଟିସ୍ କରିଛି। ଫଳରେ କାରଖାନା ଉପରେ ନିର୍ଭର କରି ଚଳୁଥିବା ଶ୍ରମିକଙ୍କୁ ଘାରିଛି ପେଟପାଟଣା ଚିନ୍ତା। ସେପଟେ ଏହାକୁ ପ୍ରତିବାଦ କରି ରାଉରକେଲା ଚାମ୍ବର୍ସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟିଛନ୍ତି।

ଶ୍ରମିକ ସୁଶିଳା ନାୟକ, ଅନୀତା ତିର୍କି ଓ ପ୍ରହଲ୍ଲାଦ ନାୟକ କହିଛନ୍ତି, ହକି ବିଶ୍ୱ କପ୍ ହେଲେ ଆମର ଆପତ୍ତି ନାହିଁ। କିନ୍ତୁ କାରଖାନା ମାସେ ବନ୍ଦ ହୋଇଗଲେ ଆମେ ଚଳିବୁ କେମିତି? ପିଲାଛୁଆ ବଞ୍ଚିବେ କେମିତି?। ଖାଲି ଏହି ଶ୍ରମିକଙ୍କର ନୁହେଁ, ବହୁ ଶ୍ରମିକଙ୍କ ସମାନ କଥା।  ମୁଣ୍ଡ ଝାଳ ତୁଣ୍ଡରେ ମାରି ସବୁଦିନ ମୁଲ ଲାଗି ପେଟ ପୋଷୁଥିବା ଶ୍ରମିକମାନେ ଚଳିବେ କେମିତି।

ଜାନୁଆରୀ ୧୩ରୁ ରାଉରକେଲା ଓ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଆରମ୍ଭ ହେଉଛି। ତେବେ ପ୍ରଦୂଷଣ ବଢ଼ିଯିବା ଆଶଙ୍କା କରି ତଥା ଏକ ସୁସ୍ଥ ପରିବେଶ ସୃଟି ନିମନ୍ତେ  ପ୍ରଦୂଷଣ ବୋର୍ଡ ୨୨ କମ୍ପାନୀକୁ ବନ୍ଦ ରଖିବାକୁ ନୋଟିସ୍‌ ପରେ ହଜିଯାଇଛି ଏସବୁ କାରଖାନାରେ କାମ କରୁଥିବା ପ୍ରାୟ ୧୫ ହଜାର ଶ୍ରମିକଙ୍କ ନିଦ। କାରଖାନାରେ ମୁଲ ମଜୁରି କଲେ ଘରେ ଚୁଲି ଜଳୁଥିଲା, ତେଲ ଲୁଣ ସଂସାର ଚାଲୁଥିଲା ସରକାରଙ୍କ ନୋଟିସ୍ ପରେ ଏବେ ଶ୍ରମିକଙ୍କୁ ଘାରିଛି ପେଟପାଟଣା ଚିନ୍ତା।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍ ପରେ ଆଜି ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ହୋଇଥିଲା ପ୍ରେସମିଟ୍। ସିଟୁ ରାଜ୍ୟ ଉପସଭାପତି ଜାହାଙ୍ଗିର ଅଲ୍ଲୀ କହିଛନ୍ତି, ବିଶ୍ୱକପ୍‌ ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର। ଅନ୍ୟପଟେ ରାଉରକେଲା ଚାମ୍ବର ଅଫ୍ କମର୍ସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ସାକ୍ଷାତ କରିଛନ୍ତି। ତା’ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଛି ରାଉରକେଲା ଚାମ୍ବର ଅଫ୍ କମର୍ସ। ମାସେ କାଳ ସମ୍ପୂର୍ଣ୍ଣ ବନ୍ଦ ନକରି ଗାଇଡ୍‌ଲାଇନ୍ ଅନୁସାରେ କମ୍ପାନୀକୁ ଚାଲୁ ରଖାଯାଉ, ନଚେତ୍ ଶ୍ରମିକମାନେ ଅସୁବିଧାରେ ପଡିବେ ବୋଲି ଚିଠିରେ ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story