କାଠଯୋଡ଼ି ନଦୀରେ ଭାସି ୨ ନିଖୋଜ

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଅଘଟଣ।   କାଠଯୋଡ଼ି ନଦୀରେ ଭାସି ଯାଇ  ୨ ଜଣ ନିଖୋଜ ହୋଇଛନ୍ତି।  ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନେ ଭାସି ଯାଇ ଏକ ବୁଦା ମୂଳରେ ଲାଗି ଥିଲେ। ସେମାନଙ୍କ ମଧ୍ୟରୁ  ୨ ଜଣଙ୍କୁ  ଉଦ୍ଧାର କରାଯାଇଛି। ଆଉ ୨ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।