୧୬ ଫୁଟ୍‌ ଲମ୍ୱର ଅହିରାଜ ଉଦ୍ଧାର, ପେଟରେ ଲାଗିଛି ଆଘାତ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱରରୁ ୧୬ ଫୁଟ୍‌ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଡ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି। ଗାଁ ନିକଟରେ ଆଜି ଅହିରାଜ ସାପଟି ଗର୍ଜନ କରୁଥିଲା। ତା’ ପେଟରେ ଗଭୀର ଆଘାତ ଲାଗି ଥିବାରୁ ସେ ଠିକ୍‌ରେ ଚଳପ୍ରଚଳ କରିପାରୁ ନ ଥିଲା। ଗାଁ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପରେ ୱାଇଲ୍ଡ ଲାଇଫ୍ ୱାଡେନ୍‌ ପ୍ରକାଶ ମର୍ଦ୍ଦରାଜ […]

snake

Manoranjan Sial
  • Published: Thursday, 14 March 2019
  • , Updated: 14 March 2019, 05:31 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱରରୁ ୧୬ ଫୁଟ୍‌ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଡ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି।

ଗାଁ ନିକଟରେ ଆଜି ଅହିରାଜ ସାପଟି ଗର୍ଜନ କରୁଥିଲା। ତା’ ପେଟରେ ଗଭୀର ଆଘାତ ଲାଗି ଥିବାରୁ ସେ ଠିକ୍‌ରେ ଚଳପ୍ରଚଳ କରିପାରୁ ନ ଥିଲା। ଗାଁ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପରେ ୱାଇଲ୍ଡ ଲାଇଫ୍ ୱାଡେନ୍‌ ପ୍ରକାଶ ମର୍ଦ୍ଦରାଜ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନୀଳଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ସାପଟିକୁ ପୁନର୍ବାର ବନବିଭାଗ ସହାୟତାରେ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।

https://youtu.be/c5QV1wfA0_s

Related story