ଗୋଟିଏ ଗାଁରୁ ବନ୍ଧା ହେଲେ ୧୬ ମହିଳା

ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ଗୋଟିଏ ଗାଁରୁ ବନ୍ଧା ହେଲେ ଏକାଥରକେ ୧୬ ମହିଳା । ନାବାଳିକାକୁ ଗଛରେ ବାନ୍ଧି  ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି ।  ଗିରଫ ୧୬ ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି ସୂଚନା ମିଳିଛି । ପୁଲିସ ସୁଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ […]

16-woman-arrested

Madhupriya Mistry
  • Published: Sunday, 20 December 2020
  • , Updated: 20 December 2020, 09:56 AM IST

ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ଗୋଟିଏ ଗାଁରୁ ବନ୍ଧା ହେଲେ ଏକାଥରକେ ୧୬ ମହିଳା । ନାବାଳିକାକୁ ଗଛରେ ବାନ୍ଧି  ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି ।  ଗିରଫ ୧୬ ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି ସୂଚନା ମିଳିଛି ।

ପୁଲିସ ସୁଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଘରୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ଏହି ଘଟଣାକୁ ନେଇ  ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ  । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।

ପୂର୍ବରୁ ଉକ୍ତ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ଘଟି ଥିବାବେଳେ ମା’ କେଉଁ ଆଡେ ଚାଲିଯାଇଛନ୍ତି । ଏବେ ବାପା-ମା’ ଛେଉଣ୍ଡ ନାବାଳିକାଟି ତା’ର ଜେଜେମା’ ସହ ଗାଁରେ ରହୁଛନ୍ତି ।

Related story