ଗୋଟିଏ ଦିନରେ ଯାଜପୁରରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଏବେ ହଟସ୍ପଟ୍‌ ପାଲଟିଛି ଯାଜପୁର। ଆଜି ରେକର୍ଡ଼ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୩ ଜଣ ଚିହ୍ନଟ ହୋଇଥିବା ଖବର ଆସିଥିବା ବେଳେ ଅପରାହ୍ନରେ ୧୪ ଜଣ ଚିହ୍ନଟ ହୋଇଥିବା ଖବର ଆସିଛି। ସେମାନେ ସମସ୍ତେ ଯାଜପୁର କଟିକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ପୂର୍ବରୁ ସେହି ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ […]

Jajpur-1

Tapas Behera
  • Published: Thursday, 30 April 2020
  • , Updated: 30 April 2020, 05:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଏବେ ହଟସ୍ପଟ୍‌ ପାଲଟିଛି ଯାଜପୁର। ଆଜି ରେକର୍ଡ଼ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୩ ଜଣ ଚିହ୍ନଟ ହୋଇଥିବା ଖବର ଆସିଥିବା ବେଳେ ଅପରାହ୍ନରେ ୧୪ ଜଣ ଚିହ୍ନଟ ହୋଇଥିବା ଖବର ଆସିଛି। ସେମାନେ ସମସ୍ତେ ଯାଜପୁର କଟିକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ପୂର୍ବରୁ ସେହି ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ୍‌ରେ ପ୍ରକାଶ ପାଇଛି। ଏମାନଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୩୬ ଛୁଇଁଛି। ଏମାନେ ସମସ୍ତେ କୋଲକତା ଲିଙ୍କ୍‌ ବୋଲି ଜଣାପଡ଼ିଛି। ଯାଜପୁରର ନୂଆ ୧୪ ପଜିଟିଭ ନେଇ ସରକାରଙ୍କ ସୂଚନା। ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହଙ୍କ ସୂଚନା। ସମସ୍ତ ୧୪ ପଜିଟିଭ ଯାଜପୁର କଟିକଟାରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କଟିକଟାରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସମସ୍ତ ୬ ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିଲେ ବୋଲି  ସଂଜୟ ସିଂହ କହିଛନ୍ତି।

୬ ପଜିଟିଭ ମିଳିବା ପରେ କଟିକଟାକୁ କଣ୍ଟେନମେଣ୍ଟ କରାଯାଇଥିଲା। କଟିକଟା ଗାଁରେ ମୋଟ ୨୬୯ ପରିବାର ବାସ କରନ୍ତି। କଣ୍ଟେନମେଣ୍ଟ ପରେ କଟିକଟାରୁ ୨ଶହ ସାମ୍ପଲ ନିଆଯାଇଛି। ଉକ୍ତ ୨ ଶହ ସାମ୍ପଲରୁ ୧୪ଟି ପଜିଟିଭ ଏବେ ଚିହ୍ନଟ ହୋଇଛି। କଟିକଟାରୁ ଆହୁରି ସାମ୍ପଲ ନିଆଯାଇ ପରୀକ୍ଷା ପାଇଁ ପଠାଯାଉଛି। ଯଦି କଟିକଟା କଣ୍ଟେନମେଣ୍ଟ ହୋଇନଥାନ୍ତା, ପରିସ୍ଥିତି ବିଗିଡ଼ିଥାନ୍ତା। ସଂପୃକ୍ତ ୬ ଆକ୍ରାନ୍ତ ସାରା ଜିଲ୍ଲା ବା ରାଜ୍ୟକୁ ସଂକ୍ରମିତ କରିଥାନ୍ତେ। କଣ୍ଟେନମେଣ୍ଟକୁ ଲୋକ କଠୋର ଭାବେ ମାନନ୍ତୁ ସଂଜୟ କହିଛନ୍ତି।

ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଗୋଟିଏ ଦୁଇଟି କେସ୍‌ ଆସୁଥିବା ବେଳେ ଆଜି ହଠାତ୍ ଏତେମାତ୍ରାରେ ସଂଖ୍ୟା ଆସିବାକୁ ନେଇ ଚିନ୍ତାର ବିଷୟ ପାଲଟିଛି।

Related story