ହାତଗୋଡ଼ ଓ ମୁହଁ ବାନ୍ଧି ୧୮ଲକ୍ଷ ଟଙ୍କା ଲୁଟି ନେଲେ

କଟକ (ଓଡ଼ିଶା ରିପୋର୍ଟର): ପରିବାର ଲୋକଙ୍କୁ ମାଡ଼ମାରି ହାତଗୋଡ଼ ବାନ୍ଧି ଓ ମୁହଁରେ ସେଲୋଟେପ୍‌ ଲଗାଇ ବିଲଡରଙ୍କ ଘରୁ ୧୮ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ। ଆଜି ସକାଳ ପ୍ରାୟ ୬ଟା ସମୟରେ କଟକ ଜିଲ୍ଲା ମହାନଦୀ ବିହାରରେ ରହୁଥିବା ଜଣେ ବିଲ୍‌ଡରଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ବିଲଡରଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନେ ଘରୁ ଫେରିଥିବା ଜଣାଯାଇଛି। ଗତକାଲି ବିଲ୍‌ଡର […]

loot

  • Published: Friday, 21 October 2022
  • , Updated: 21 October 2022, 02:50 PM IST

କଟକ (ଓଡ଼ିଶା ରିପୋର୍ଟର): ପରିବାର ଲୋକଙ୍କୁ ମାଡ଼ମାରି ହାତଗୋଡ଼ ବାନ୍ଧି ଓ ମୁହଁରେ ସେଲୋଟେପ୍‌ ଲଗାଇ ବିଲଡରଙ୍କ ଘରୁ ୧୮ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ। ଆଜି ସକାଳ ପ୍ରାୟ ୬ଟା ସମୟରେ କଟକ ଜିଲ୍ଲା ମହାନଦୀ ବିହାରରେ ରହୁଥିବା ଜଣେ ବିଲ୍‌ଡରଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ବିଲଡରଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନେ ଘରୁ ଫେରିଥିବା ଜଣାଯାଇଛି।

ଗତକାଲି ବିଲ୍‌ଡର ଜଣଙ୍କ ଜମି ରେଜିଷ୍ଟ୍ରେସନ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ। ଆଜି ତାଙ୍କର ଜମି ରେଜିଷ୍ଟ୍ରେସନ ହୋଇଥାନ୍ତା। ହେଲେ ଆଜି ସକାଳ ୬ଟା ସମୟରେ ୪ରୁ ୫ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକଚମକ ଦେଇଥିଲେ। ପରେ ପରିବାର ଲୋକଙ୍କୁ ମାଡ଼ ମାରି ସେମାନଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ସେମାନଙ୍କ ମୁହଁରେ ସେଲୋଟେପ୍ ଲଗାଇ ୧୮ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ କରି ପଳାଇଥିଲେ। ଏହାସହ ବିଲ୍‌ଡରଙ୍କ ଘରେ ଲାଗିଥିବା ସିସିଟିଭିକୁ ଉପାଡି ଫିଙ୍ଗି ଦେଇଥିଲେ।

ଘଟଣା ସଂପର୍କରେ ବିଲଡର ଜଣଙ୍କ ଚାଉଳିଆ ଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ଚାଉଳିଆ ଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

Related story