୧୯ କିଲୋ ହାତୀ ଦାନ୍ତ ଜବତ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ଜବତ ହେଲା ୧୯ କିଲୋ ହାତୀ ଦାନ୍ତ । ଗତ ରାତିରେ ଆନନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ଓ ଏହାର ଚେର କେଉଁଠିକି ଲମ୍ବିଛି, ତାହାର ତଦନ୍ତ ଚଳାଇଛି ବନ ବିଭାଗ।  ସୂଚନାଯୋଗ୍ୟ, ଏକ କାର୍‌ରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର […]

hati-2

Niharika Rout
  • Published: Tuesday, 01 September 2020
  • , Updated: 01 September 2020, 11:38 AM IST

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ଜବତ ହେଲା ୧୯ କିଲୋ ହାତୀ ଦାନ୍ତ । ଗତ ରାତିରେ ଆନନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି।

ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ଓ ଏହାର ଚେର କେଉଁଠିକି ଲମ୍ବିଛି, ତାହାର ତଦନ୍ତ ଚଳାଇଛି ବନ ବିଭାଗ। 

ସୂଚନାଯୋଗ୍ୟ, ଏକ କାର୍‌ରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍‌ ଉକ୍ତ ଗାଡ଼ିର ପିଛା କରିଥିଲା। ପ୍ରାୟ ୩ କିମି ପିଛା କରିବା ପରେ  ବାୟାପିଟା ଗାଁ ନିକଟରେ ଗାଡ଼ିକୁ ଅଟକାଇବାକୁ ସଫଳ ହୋଇଥିଲେ କର୍ମଚାରୀ । ଏହାପରେ ଚଢ଼ାଉ ସମୟରେ ଗାଡ଼ିରୁ ୧୯ କିଲୋ ହାତୀ ଦାନ୍ତ ଜବତ କରାଯାଇଥିଲା।

ଜବତ ହାତୀଦାନ୍ତର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ।

Related story