୧୨ କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗ: ଜୁଲାଇ ୩୦ରେ ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିବେ ପିସିସି ସଭାପତି ଓ ବିରୋଧୀ ଦଳ ନେତା

ଭୁବନେଶ୍ୱର: ୧୨ କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ଲାଗିରହିଥିବା ଅର୍ନ୍ତଦ୍ୱନ୍ଦ୍ୱର ସମାଧାନ କରିବେ ପିସିସି ସଭାପତି ଓ ବିରୋଧୀ ଦଳ ନେତା। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଫେରନ୍ତା ଏହି ବିଧାୟକଙ୍କୁ ଡାକି ଦୁହେଁ ଆଲୋଚନା କରିବେ। ଅନ୍ୟପକ୍ଷରେ ଘଟଣା ସଂପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ। ସେ କହିଛନ୍ତି ଯେ ସେମାନେ କାହା ବିରୋଧରେ ଅବା କାହା ସପକ୍ଷରେ ଫେରାଦ […]

prasadharichandan

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 02:26 PM IST

ଭୁବନେଶ୍ୱର: ୧୨ କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ଲାଗିରହିଥିବା ଅର୍ନ୍ତଦ୍ୱନ୍ଦ୍ୱର ସମାଧାନ କରିବେ ପିସିସି ସଭାପତି ଓ ବିରୋଧୀ ଦଳ ନେତା। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଫେରନ୍ତା ଏହି ବିଧାୟକଙ୍କୁ ଡାକି ଦୁହେଁ ଆଲୋଚନା କରିବେ।

ଅନ୍ୟପକ୍ଷରେ ଘଟଣା ସଂପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ। ସେ କହିଛନ୍ତି ଯେ ସେମାନେ କାହା ବିରୋଧରେ ଅବା କାହା ସପକ୍ଷରେ ଫେରାଦ ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ଯାଇନଥିଲେ। ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟମୂଳକ ଥିଲା। ଲୁଲୁ ମହାପାତ୍ର ସେମାନଙ୍କ ସାଙ୍ଗରେ ଦିଲ୍ଲୀ ଯାଇ ନ ଥିଲେ। ତେଣୁ ସେ କିଭଳି ଜାଣିଲେ ବିଧାୟକମାନେ କାହା ବିରୋଧରେ କହିଲେ ବୋଲି?

ଲୁଲୁ ମହାପାତ୍ର କିନ୍ତୁ ତାଙ୍କ ମନ୍ତବ୍ୟରେ ଅଟଳ ରହିଛନ୍ତି। ଏହି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ୧୨ ଜଣ ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତର ଉଦ୍ଦେଶ୍ୟ ସଂପର୍କରେ ସେ ପୂର୍ବରୁ ଯେଉଁ କଥା କହିଥିଲେ ତାହା ପୂରାପୂରି ଠିକ୍। ସେ ତାଙ୍କ ମନ୍ତବ୍ୟ ବଦଳାଇବେ ନାହିଁ। କାରଣ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ମଧ୍ୟରୁ ଦୁଇ ତିନି ଜଣ ତାଙ୍କୁ ଫୋନ୍ କରିଥିଲେ ଓ ସେମାନେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବାକୁ ଯାଇଥିଲେ ବୋଲି କହିଥିଲେ।

ଏ ଘଟଣାରେ ଏଯାଏଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲି ନାହାନ୍ତି। କେତେକ ରାଜନୈତିକ ସମୀକ୍ଷଙ୍କ ମତ ହେଉଛି ଯେ ପ୍ରସାଦ ଏବେ କିଛି କହିବା ଅବସ୍ଥାରେ ନାହାନ୍ତି। ବିଧାୟକମାନେ ଯେ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି ତାହା ପ୍ରମାଣିତ ହୋଇସାରିଛି।

Related story