ଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ବିକଳ ଚିତ୍ର: ୮ଟି ଶ୍ରେଣୀ ପାଇଁ ରହିଛି ୨ଟି ଗୃହ, କିନ୍ତୁ ଅଛି ୮ଟି ପାଇଖାନା

କୋଣାର୍କ (ସଞ୍ଜୟ ପତି): ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ତିଆରି କରୁଛନ୍ତି। ସ୍ମାର୍ଟ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଉଛନ୍ତି। ହେଲେ ଏହି ସବୁ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନେଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସାମୀର ରଞ୍ଜନ ଦାଶ ବୋଧହୁଏ ଦେଖିନାହାନ୍ତି ନିଜ ନିର୍ବାଚନମଣ୍ଡଳୀର ଶିକ୍ଷା ବିଭାଗର ବିକଳ ଚିତ୍ର। ଯେଉଁଛି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ଦୁଇଟି କ୍ଲାସ୍‌ ରୁମ୍‌। କିନ୍ତୁ ତିଆରି ହୋଇଛି ୮ଟି ପାଇଖାନା। ଶିକ୍ଷା ବିଭାଗର ଏପରି […]

Samir Ranjan Dash

Samir Ranjan Dash

Manoranjan Sial
  • Published: Thursday, 28 July 2022
  • Updated: 28 July 2022, 04:53 PM IST

କୋଣାର୍କ (ସଞ୍ଜୟ ପତି): ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ତିଆରି କରୁଛନ୍ତି। ସ୍ମାର୍ଟ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଉଛନ୍ତି। ହେଲେ ଏହି ସବୁ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନେଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସାମୀର ରଞ୍ଜନ ଦାଶ ବୋଧହୁଏ ଦେଖିନାହାନ୍ତି ନିଜ ନିର୍ବାଚନମଣ୍ଡଳୀର ଶିକ୍ଷା ବିଭାଗର ବିକଳ ଚିତ୍ର। ଯେଉଁଛି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ଦୁଇଟି କ୍ଲାସ୍‌ ରୁମ୍‌। କିନ୍ତୁ ତିଆରି ହୋଇଛି ୮ଟି ପାଇଖାନା। ଶିକ୍ଷା ବିଭାଗର ଏପରି ବିକଳ ଚିତ୍ର ଆସିଛି ପୁରୀ ଜିଲ୍ଲା ନିମାପଡ଼ାର ବଢ଼ରୀକିଲ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।

ଶିକ୍ଷା ଆଲୁଅ ଜଳାଇବା ପାଇଁ ବଢ଼ରୀକିଲ ଗାଁରେ ଆଜକୁ ୬୨ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ସ୍କୁଲ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଆଜବେଷ୍ଟସ୍‌ ଘରେ ଚାଲୁଥିଲା କ୍ଲାସ୍‌। ହେଲେ କାଳ ସାଜିଲା ସାମୁଦ୍ରିକ ବାତ୍ୟା ଫୋନି। ୨୦୧୯ ମସିହାରେ ହୋଇଥିବା ବାତ୍ୟା ଫୋନିରେ ବିଦ୍ୟାଳୟର ଆଜବେଷ୍ଟସ୍‌ ଉଡି ଯାଇଥିଲା। ଛାତ ଗୃହ କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ଗାଁ କୋଠଘର ଓ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲା। ଗତବର୍ଷ ଦୁଇଟି ଗୃହ ନିର୍ମାଣ ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିଲେ।

ଆଠଟି ଶ୍ରେଣୀ ଚାଲୁଛି ମାତ୍ର ଦୁଇଟି ଶ୍ରେଣୀ ଗୃହରେ। ଗୋଟିଏ ଶ୍ରେଣୀ ଗୃହରେ ୪ଟି ଲେଖାଏଁ ଶ୍ରେଣୀର ପିଲାମାନେ ପାଠ ପଢ଼ୁଛନ୍ତି। ଗୋଟିଏ ଗୃହରେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଡେସ୍କ ବେଞ୍ଚରେ ବସି ପାଠ ପଢ଼ୁଥିବା ବେଳେ ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ପିଲାମାନେ ତଳେ ବସି ପାଠ ପଢୁଛନ୍ତି। ଅନ୍ୟ ଏକ ଗୃହରେ ପ୍ରଥମରୁ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନେ ବସୁଛନ୍ତି।

ଆଠଟି ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ୬ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ଶିକ୍ଷକମାନେ ଦୁଇଟି ଗୃହରେ କଳା ପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି। ଏଥିରେ ଶିକ୍ଷକଙ୍କୁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଅନ୍ୟ ଶ୍ରେଣୀର ପିଲାମାନେ ଅନ୍ୟମନସ୍କ ହେଉଥିବା ଦେଖିବାକୁ ମଳୁଛି। ଛାତ୍ରଛାତ୍ରୀମାନେ ଠିକ୍‌ରେ ପାଠ ପଢ଼ି ପାରୁନଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି।

ମଧ୍ୟାହ୍ନ ଭୋଜନ ରୋଷେଇ ଓ ରୋଷେଇ ସାମଗ୍ରୀ ରଖିବା ପାଇଁ ଘର ନାହିଁ। ତେଣୁ ସେହି କ୍ଲାସ୍‌ ରୁମ୍‌ରେ ରୋଷେଇ ସାମଗ୍ରୀ ଓ ଚାଉଳ ରହୁଛି। ବିଦ୍ୟାଳୟରେ ରୋଷଶାଳା ନଥିବାରୁ ବିଦ୍ୟାଳୟ ବାରଣ୍ଡାରେ ପାଚିକା ଓ ସହାୟକ ମିଶି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଉଦ୍‌ବେଗର କଥା ହେଉଛି, ପାଠ ପଢ଼ିବା ପାଇଁ ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ବିଦ୍ୟାଳୟରେ ରହିଛି ୮ଟି ପାଇଖାନା। ପୂର୍ବରୁ ୬ଟି ପାଇଖାନା ଘର ତିଆରି ହୋଇଥିବା ବେଳେ ଗତବର୍ଷ ଆଉ ଦୁଇଟି ପାଇଖାନା ନିର୍ମାଣ କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ପୂର୍ବରୁ ଥିବା ପାଇଖାନାକୁ ମରାମତି କରାଯାଇପାରି ଥାଆନ୍ତା। ହେଲେ ପ୍ରଶାସନ ପାଇଖାନା ମରାମତି କରିବା ବଦଳରେ ଆଉ ଦୁଇଟି ନୂଆ ପାଇଖାନା ତିଆରି କରିଛି। ଶିକ୍ଷାର ଏହି ମନ୍ଦିରରେ ପିଲା ବସି ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ହେଲେ ପ୍ରତିବର୍ଷ ତିଆରି ହେଉଛି ନୂଆ ନୂଆ ପାଇଖାନା। ଶ୍ରେଣୀ ଗୃହଠାରୁ ଚାରିଗୁଣା ପାଇଖାନା ନିର୍ମାଣ ନିର୍ମାଣ ହୋଇଛି।

ଏଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେତିକି ବ୍ୟାଘାତ ହେଉଛି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପାଠ ପଢ଼ାଇବାରେ ମଧ୍ୟ ସେତିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଶ୍ରେଣୀଗୃହ, ରୋଷଶାଳା ସହ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story