୨.୭୯ ଲକ୍ଷ ପରିବାର ବିଦ୍ୟୁତ ସଂଯୋଗରୁ ବଞ୍ଚିତ, ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟକୁ ୪ ବର୍ଷ ପୁରିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨.୭୯ଲକ୍ଷ ପରିବାର ଏବେ ବି ବିଦ୍ୟୁତ ସଂଯୋଗରୁ ବଂଚିତ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହି ପରିବାର ପାଖରେ ବିଦ୍ୟୁତ ଆଲୋକ ପହଂଚି ପାରୁନି । ଯଦିଓ ୨୦୧୮ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଥିଲେ । ମାତ୍ର ୪ବର୍ଷ ପରେ ବି ରାଜ୍ୟର ଏତେ ସଂଖ୍ୟକ ପରିବାର ପାଖରେ ବିଦ୍ୟୁତ […]

electricity

Ordigital Desk
  • Published: Friday, 29 July 2022
  • , Updated: 29 July 2022, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨.୭୯ଲକ୍ଷ ପରିବାର ଏବେ ବି ବିଦ୍ୟୁତ ସଂଯୋଗରୁ ବଂଚିତ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହି ପରିବାର ପାଖରେ ବିଦ୍ୟୁତ ଆଲୋକ ପହଂଚି ପାରୁନି । ଯଦିଓ ୨୦୧୮ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଥିଲେ । ମାତ୍ର ୪ବର୍ଷ ପରେ ବି ରାଜ୍ୟର ଏତେ ସଂଖ୍ୟକ ପରିବାର ପାଖରେ ବିଦ୍ୟୁତ ନପହଂଚିବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ଜାନୁୟାରୀ ମାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ବିଦ୍ୟୁତ ସଂଯୋଗ ସ୍ଥିତିର ସମୀକ୍ଷା କରିଥିଲେ । ସେତେବେଳେ ରାଜ୍ୟର ମୋଟ ୪୭୬୭୭ଟି ଗାଁ ବା ଜନବସତିରୁ ୪୭୬୫୫ଟି ଗାଁକୁ ବିଦ୍ୟୁତିକରଣ ହୋଇଥିବା ଓ ବାକି ୨୨ଟି ଗାଁକୁ ସେହିବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଉ ସବୁ ପରିବାରକୁ ବିଦ୍ୟୁତ ସଂଯୋଗ ନିମନ୍ତେ ବିଭାଗକୁ ଟାର୍ଗେଟ୍ ଦେଇଥିଲେ । ୨୦୧୮ ଗାନ୍ଧି ଜୟନ୍ତୀ ସୁଦ୍ଧା ସବୁ ପରିବାର ପାଖରେ ବିଦ୍ୟୁତ ସଂଯୋଗ ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଲାଣି, ଏବେବି ରାଜ୍ୟର ୨ଲକ୍ଷ ୭୮ହଜାର ୭୭୮ଟି ପରିବାର ପାଖରେ ବିଦ୍ୟୁତ ପହଂଚି ପାରିନି ।

ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ରାଜସ୍ୱ ଗାଁକୁ ବିଦ୍ୟୁତକରଣ କରାଯାଇଛି । ମାତ୍ର କେତେକ ପଡ଼ା ଗାଁ, ପରିବାର ବିଦ୍ୟୁତିକରଣରୁ ବଂଚିତ ହୋଇଛନ୍ତି । ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଏ ସମସ୍ତ ବିଦ୍ୟୁତ ସଂଯୋଗ ନହୋଇଥିବା ଗାଁ ବା ପରିବାରର ସର୍ଭେ କରାଯାଇଛି । ଏସବୁ ପଡ଼ା ଓ ପରିବାରକୁ ରାଜ୍ୟ ସରକାରଙ୍କ ବିଜୁ ଗ୍ରାମଜ୍ୟୋତି ଯୋଜନାରେ ବିଦ୍ୟୁତିକରଣ କରାଯିବ ବୋଲି ଶ୍ରୀ ଦେବ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୪୯୯୫ଟି ପରିବାର, ବାଲେଶ୍ୱରରେ ୩୧୧୩୮ଟି ପରିବାର, ରାୟଗଡ଼ାରେ ୧୫୫୬୯ଟି ପରିବାର, ସୁନ୍ଦରଗଡ଼ରେ ୧୬୬୦୯ଟି ପରିବାର, ବରଗଡ଼ରେ ୧୧୧୯୯ଟି ପରିବାର ବିଦ୍ୟୁତ ସଂଯୋଗରୁ ବଂଚିତ ଅଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ନଥିବା ପରିବାର ରହିଛି । ପ୍ରତି ଜିଲ୍ଲାରେ ୨ହଜାରୁ ୪୫ହଜାର ପର୍ଯ୍ୟନ୍ତ ପରିବାର ପାଖରେ ବିଦ୍ୟୁତ ସଂଯୋଗ ନଥିବା ମନ୍ତ୍ରୀ ଶ୍ରୀ ଦେବଙ୍କ ଉତ୍ତରରୁ ଜଣାପଡ଼ିଛି ।

Related story