ଘାଟିରେ ଓଲଟିଲା ବସ୍, ୨ ଆହତ

ଧର୍ମଗଡ଼(ଇଙ୍ଗିତ ପଣ୍ଡା):ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍। ଆଜି ଭୋରୁ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ବସ୍ ହେଲପର ଏବଂ ଜଣେ ଯାତ୍ରୀ ଗୁରୁତର ହଆଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା ଘରୋଇ ବସ୍ ଦିଲଖୁସ। ଏହି ସମୟରେ କଳାହାଣ୍ଡି ଆମପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ହେଲପର ସୂର୍ଯ୍ୟ ବାରିକ ଓ […]

accident

Madhupriya Mistry
  • Published: Wednesday, 13 January 2021
  • , Updated: 13 January 2021, 08:00 AM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା):ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍। ଆଜି ଭୋରୁ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ବସ୍ ହେଲପର ଏବଂ ଜଣେ ଯାତ୍ରୀ ଗୁରୁତର ହଆଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା ଘରୋଇ ବସ୍ ଦିଲଖୁସ। ଏହି ସମୟରେ କଳାହାଣ୍ଡି ଆମପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ହେଲପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଗୁରୁତର ହୋଇଛନ୍ତି। ବସରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଥିଲେ।  ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି।

Related story