ଟ୍ରକ୍‌-ପୁଲିସ୍ ଭ୍ୟାନ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୩୦ରୁ ଅଧିକ ଆହତ

ଝାରସୁଗୁଡ଼ା/ଲଖନପୁର (ଓଡ଼ିଶା ରିପୋର୍ଟର): ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍ କର୍ମଚାରୀ। ମୃତ ଯବାନ ଦ୍ୱୟ ହେଲେ- ଶଙ୍କର ପ୍ରସାଦ ପନ୍ତ ଓ ପ୍ରଶାନ୍ତ ବେହେରା। ଆଜି ସକାଳ ପ୍ରାୟ ୬ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-୪୯ରେ ଏହି ଦୁର୍ଘଟଣା […]

policevan

policevan

Jitendra Garnayak
  • Published: Friday, 01 March 2019
  • Updated: 01 March 2019, 01:44 PM IST

Sports

Latest News

ଝାରସୁଗୁଡ଼ା/ଲଖନପୁର (ଓଡ଼ିଶା ରିପୋର୍ଟର): ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍ କର୍ମଚାରୀ।

ମୃତ ଯବାନ ଦ୍ୱୟ ହେଲେ- ଶଙ୍କର ପ୍ରସାଦ ପନ୍ତ ଓ ପ୍ରଶାନ୍ତ ବେହେରା।

bus1ଆଜି ସକାଳ ପ୍ରାୟ ୬ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-୪୯ରେ ଏହି ଦୁର୍ଘଟଣା ଘଟିଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ପୁଲିସ୍ ଭ୍ୟାନ୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।

truckଆହତମାନଙ୍କୁ ଟିଆର୍‌ଏଲ୍ ହସ୍‌ପିଟାଲ୍ ଓ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

police1ଭ୍ୟାନ୍‌ରେ ପ୍ରାୟ ୪୦ ଜଣ ପୁଲିସ୍ କର୍ମଚାରୀ ଥିଲେ। ସେମାନେ ସମସ୍ତେ ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କ ନିକଟ ସଂପର୍କୀୟଙ୍କ ମଧ୍ୟରୁ ଜଣେ ଲେଖାଏଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀ ବୁର୍ଲା ବଡ଼ ଡାକ୍ତରଖାନା ଯାଇ ସେଠାରେ ଭର୍ତ୍ତି ହୋଇଥିବା ଆହତ ପୁଲିସ୍ କର୍ମଚାରୀଙ୍କୁ ଭେଟିଥିଲେ ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୃତ ଯବାନଙ୍କ ପରିବାର ଲୋକଙ୍କ ପାଇଁ ସରକାର ଯେଉଁ ସହାୟତା ରାଶି ଘୋଷଣା କରିଛନ୍ତି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟ ସିପାହୀ ହାବିଲଦାର କନଷ୍ଟେବଲ ମହାସଂଘ। ମୃତକଙ୍କ ପରିବାରକୁ ୫୦ ଲକ୍ଷରୁ କମ୍ ସହାୟତା ଦେଲେ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ମହାସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos