ଜୟପୁର(ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ପାଖରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ସହ ବାଇକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ହାଇୱାଟି ଲକ୍ଷ୍ମୀପୁର କୋଡିଙ୍ଗାମାଳି ମାଇନ୍ସରୁ ବକ୍ସାଇଟ ନେଇ କାକିରିଗୁମ୍ମା ରେଳ ଷ୍ଟେସନର ଡମ୍ପିଂକୁ ଯାଉଥିଲା । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ଟିକୁ ହାଇୱା ଜୋରରେ ପିଟି ଦେଇଥିଲା।
ଘଟଣାସ୍ଥଳରେ ବାଇକ୍ ଆରୋହୀ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।
Business
ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ, ଆର୍ଥିକ ପ୍ୟାକେଜକୁ କ୍ୟାବିନେଟ୍ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ୍ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା ନିମନ୍ତେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି ।
Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ଶୀତଳଭଣ୍ଡାର ପାଇଁ ୬୦% ସବସିଡି, ଗ୍ରୀଡ଼କୋକୁ ୩୧୦୮କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ମେଡିକାଲ ଅଫିସର ନିଯୁକ୍ତି,ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହନ ବାଜିଛି ।
Politics
ବଜେଟରେ ଘୋଷଣାର ୭ ମାସ ପରେ ୨ଟି ‘ଯୋଜନା’କୁ କ୍ୟାବିନେଟ ମୋହର: ପୁଣି ଫେରିଲା ‘ଗ୍ରାମସଭା’
କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ବାଜିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଗତ ସରକାର ସମୟରେ ‘ଫାଇଭ-ଟି’ ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ କରାଯାଇଥିଲା ।
Politics
ଗୋଲାପୀ ରଙ୍ଗକୁ ଘୃଣା କରନ୍ତି ନବୀନ!
ପ୍ରକାଶ ମିଶ୍ର ତାଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ବ୍ୟକ୍ତିତ୍ବ ଉପରେ କିଛି ମଜାଦାର କଟାକ୍ଷ କରିଛନ୍ତି। ଅନେକ ନେତା ଓ ଅଫିସରଙ୍କୁ କିଭଳି ଭିନ୍ନ ଭିନ୍ନ ଡାକ ନାମ ଦେଇଥିଲେ ନବୀନ ତାର ବର୍ଣ୍ଣନା କରିଛନ୍ତି ଲେଖକ।