ଇନୋଭାକୁ ପିଟିଲା ବସ୍‌,୨ ମୃତ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ  ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ  ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ୍‌ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ  ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଆଖି ବୁଜିଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା […]

bus

Niharika Rout
  • Published: Monday, 02 November 2020
  • , Updated: 02 November 2020, 07:44 AM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ  ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ  ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ୍‌ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ  ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଆଖି ବୁଜିଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବସ୍‌ରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖ‍ବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଆହତମାନଙ୍କୁ ଉଦ୍ଧାର କରିଛନ୍ତି।

Related story