ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତାଲମେଣ୍ଡା ଗାଁର ଦୟାସାଗର ସାହୁ। ତେବେ ଅନ୍ୟ ଜଣଙ୍କର  ପରିଚୟ ମିଳିନାହିଁ। ଆଜି ସକାଳେ ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଏହି ଦୁଇ ବାଇକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୟାସାଗରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]

yyyyyyyyyyyyyyyyyyyyy

Tapaswini Nayak
  • Published: Monday, 31 August 2020
  • , Updated: 31 August 2020, 02:44 PM IST

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଜଣେ ମୃତକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତାଲମେଣ୍ଡା ଗାଁର ଦୟାସାଗର ସାହୁ। ତେବେ ଅନ୍ୟ ଜଣଙ୍କର  ପରିଚୟ ମିଳିନାହିଁ।

ଆଜି ସକାଳେ ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଏହି ଦୁଇ ବାଇକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୟାସାଗରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story