୨ ଡାକ୍ତର ଭାଇଙ୍କ ଦାଦାଗିରି; ପୁଲିସ୍‌, ସାମ୍ବାଦିକଙ୍କୁ ପିଟି ବନ୍ଧା ହେଲେ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ଜୀବନ ରକ୍ଷା କରୁଥିବା ଡାକ୍ତର ଶେଷରେ ଆକ୍ରମଣ ମୁହାଁ ହେଲେ। ଏପରିକି ୨ ଡାକ୍ତର ଭାଇ  ସାମ୍ବାଦିକ ଓ ପୁଲିସ୍‌ଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ୨ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ  ତାଙ୍କ ୬ କର୍ମଚାରୀଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ […]

doctor

doctor

Niharika Rout
  • Published: Saturday, 01 August 2020
  • Updated: 01 August 2020, 09:16 AM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ଜୀବନ ରକ୍ଷା କରୁଥିବା ଡାକ୍ତର ଶେଷରେ ଆକ୍ରମଣ ମୁହାଁ ହେଲେ। ଏପରିକି ୨ ଡାକ୍ତର ଭାଇ  ସାମ୍ବାଦିକ ଓ ପୁଲିସ୍‌ଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ୨ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ  ତାଙ୍କ ୬ କର୍ମଚାରୀଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ସମ୍ମୁଖରେ ଗହଳି ହୋଇଥିବା ବେଳେ ସେଠାକୁ ଯାଇଥିବା ଜଣେ ସାମ୍ବାଦିକ ଏହାର ଫଟୋ ଉଠାଇ ଦେଇଥିଲେ। ଏହି ସମୟରେ ଉକ୍ତ ନର୍ସିଂହୋମ୍‌ ମାଲିକଙ୍କ ୨ ଡାକ୍ତର ପୁଅ ସେଠାରେ ପହଞ୍ଚି ଫଟୋ କାହିଁକି ଉଠାଇଲ ବୋଲି କହି ଗାଳିଗୁଲଜ କରିଥିଲେ।  ଏପରିକି ଉକ୍ତ ୨ ଡାକ୍ତର ତଥା ସେମାନଙ୍କ ଷ୍ଟାଫ୍‌ମାନେ ଉକ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏପରିକି ତାଙ୍କ ବାଇକ୍‌କୁ ମଧ୍ୟ ଭଙ୍ଗାରୁଜା କରିଦେଇଥିଲେ।

ଖବର ପାଇ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍‌ ପହଞ୍ଚିବା ପରେ ମଧ୍ୟ ସେମାନଙ୍କ ଦାଦାଗିରି ସରି ନ ଥିଲେ। ଉକ୍ତ ୨ ଭାଇ ପୁଲିସ୍‌ ସହ ମଧ୍ୟ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିବାକୁ ପଛାଇ ନ ଥିଲେ।  ଏପରିକି ପୁଲିସ୍‌ ଏସ୍‌ଆଇଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନ ଥିଲେ। ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ରାତିରେ ପହଞ୍ଚି ଉକ୍ତ ୨ ଡାକ୍ତର ଭାଇଙ୍କ ସମେତ ସମୁଦାୟ ୮ ଜଣଙ୍କୁ ଗିରଫ କରି ନେଇଛି। ଆଜି ସକାଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos