ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାର

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ୨ ପରିବାରର ୧୫ ସଦସ୍ୟ। ଆଜି ନୂଆପଡ଼ା ଜିଲ୍ଲା କୋମନା ଢେକୁନପାନିରେ ଏହି ଘଟଣା ନଜରକୁ ଆସିଛି। ୨ ଦିନ ତଳେ ମାଓବାଦୀ ଏଠାରେ ଜଣଙ୍କୁ ହତ୍ୟା କରିଥିଲେ। ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ଏହି ପରିବାର ପଳାଇଛନ୍ତି। ସୂଚନା ମୁତାବକ, ପୁଲିସ ଇନଫରମର‌୍‍ ସନ୍ଦେହରେ ମାଓବାଦୀମାନେ ଗତ ୧୮ ତାରିଖ ଗୁରୁବାର […]

moist

  • Published: Monday, 22 August 2022
  • , Updated: 22 August 2022, 09:17 PM IST

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ୨ ପରିବାରର ୧୫ ସଦସ୍ୟ। ଆଜି ନୂଆପଡ଼ା ଜିଲ୍ଲା କୋମନା ଢେକୁନପାନିରେ ଏହି ଘଟଣା ନଜରକୁ ଆସିଛି। ୨ ଦିନ ତଳେ ମାଓବାଦୀ ଏଠାରେ ଜଣଙ୍କୁ ହତ୍ୟା କରିଥିଲେ। ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ଏହି ପରିବାର ପଳାଇଛନ୍ତି।

ସୂଚନା ମୁତାବକ, ପୁଲିସ ଇନଫରମର‌୍‍ ସନ୍ଦେହରେ ମାଓବାଦୀମାନେ ଗତ ୧୮ ତାରିଖ ଗୁରୁବାର ରାତିରେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଢେକୁନପାନି ଗାଁର ଅନନ୍ତରାମ ରାଉତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଯାଇଥିଲା। ପରିବାରର ଅନ୍ୟ ସଦସ୍ୟଙ୍କୁ କେତେବେଳେ ବି ମାଓବାଦୀମାନେ ହତ୍ୟା କରି ଦେବେ ଏହା ଭାବି ମୃତ  ଅନନ୍ତରାମଙ୍କ ପରିବାର ସହ ତାଙ୍କ ଭାଇଙ୍କ ପରିବାର ଗାଁ ଛାଡି ୬୦ କିଲୋମିଟର ଦୂର ଗେରୁଯୋର ଗାଁକୁ ଚାଲି ଆସିଛନ୍ତି।

ସମସ୍ତେ ଗେରୁଯୋର ଗାଁରେ ନିଜ ସଂପକୀର୍ୟଙ୍କ ଘରେ ରହୁଛନ୍ତି। ମୃତକଙ୍କ ପତ୍ନୀ ଧରମୀ ରାଉତ କହିଛନ୍ତି, ସେମାନେ ଦାଦନ ଖଟି ଯାହା ପାଆନ୍ତି ପରିବାର ଚଳାନ୍ତି। ମାଓବାଦୀମାନେ ଭୁଲ ଆରୋପ ଲଗାଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ତେଣୁ ୨ ଭାଇଙ୍କ ପରିବାରର ୧୫ ଜଣ ସଦସ୍ୟ ଢେକୁନପାନି ଗାଁ ଛାଡି ଗେରୁଯୋର ଗାଁରେ ଆଶ୍ରୟ ନେଇଛନ୍ତି। ଆଉ କେବେ ବି ଢେକୁନପାନି ଗାଁକୁ ଯିବେ ନାହିଁ।

ସୂଚନା ଥାଉକି, ମାଲକାନଗିରିରେ ଚିତ୍ରକୋଣ୍ଡାରେ ପ୍ରାୟ ୫୦୦ ମାଓ ସମର୍ଥକମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଆଜି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପଟେ ନୂଆପଡ଼ାରେ ମାଓବାଦୀଙ୍କ ନୃସଂଶକାଣ୍ଡ ଭୟରେ ଲୋକେ ଗାଁ ଛାଡ଼ିବା ଘଟଣା ଅଲୋଚନାର ବିଷୟ ହୋଇଛି।

Related story