ଶିକାର କରିବାକୁ ଆସି ଗିରଫ ହେଲେ ୨ ପୁଲିସ୍

ବାରିପଦା (ଓଡ଼ିଶା ରିପୋର୍ଟର): ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା ଶିକାର କରିବା। ଶିମିଳିପାଳରେ ଶିକାର କରୁଥିବା ବେଳେ ୨ ଶିକାରୀ ପୁଲିସ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପଶି କୁଟୁରା ଶିକାର କରୁଥିବା ବେଳେ ଦୁଇ ପୁଲିସକୁ ରଙ୍ଗେହାତ ଗିରଫ କରିଛି ବନବିଭାଗ। ଗିରଫ ଦୁଇ ପୁଲିସ୍ ହେଉଛନ୍ତି ପୁଲିସ୍ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମଣ୍ଡେଇ ଏବଂ ହେମନ୍ତ କୁମାର ମହାନ୍ତି। ରବିବାର ଶିମିଳିପାଳ ଜାତୀୟ ଉଦ୍ୟାନର ନଅଣା ସାଉଥ୍ ରେଞ୍ଜର ପଳାପଳା କମ୍ପାର୍ଟମେଣ୍ଟରେ […]

baripada

baripada

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 05:25 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା ଶିକାର କରିବା। ଶିମିଳିପାଳରେ ଶିକାର କରୁଥିବା ବେଳେ ୨ ଶିକାରୀ ପୁଲିସ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପଶି କୁଟୁରା ଶିକାର କରୁଥିବା ବେଳେ ଦୁଇ ପୁଲିସକୁ ରଙ୍ଗେହାତ ଗିରଫ କରିଛି ବନବିଭାଗ।

ଗିରଫ ଦୁଇ ପୁଲିସ୍ ହେଉଛନ୍ତି ପୁଲିସ୍ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମଣ୍ଡେଇ ଏବଂ ହେମନ୍ତ କୁମାର ମହାନ୍ତି। ରବିବାର ଶିମିଳିପାଳ ଜାତୀୟ ଉଦ୍ୟାନର ନଅଣା ସାଉଥ୍ ରେଞ୍ଜର ପଳାପଳା କମ୍ପାର୍ଟମେଣ୍ଟରେ ରାତ୍ର ପାଟ୍ରୋଲିଂ ବେଳେ ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ତେବେ ଦୁହିଁଙ୍କୁ ପଚରାଉଚୁରା ବେଳେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା।

ଗିରଫ ଶିକାରୀମାନେ ହେଲେ ବାଲେଶ୍ଵର ସହଦେବଖୁଣ୍ଟା ଥାନାର ପୁଲିସ କନେଷ୍ଟବଳ। ସେମାନଙ୍କ ପାଖରୁ ଏକ ମାଇ କୁଟୁରା, ଏକ ବନ୍ଧୁକ, ଗୁଳି ଏବଂ ଏକ କଟୁରୀ ଜବତ କରାଯାଇଛି। ଦୁହେଁ ଡୁକୁରା ରେଞ୍ଜ ଦେଇ ଶିମିଳିପାଳ ଭିତରକୁ ବେଆଇନ ପ୍ରବେଶ କରିଥିଲେ ବୋଲି ଜଣା ପଡ଼ିଛି। ଦୁଇ ପୋଲିସ କର୍ମଚାରୀ ଶୀକାର କରୁଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos