ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଶକ୍ତି ସୁଗାର୍ସ କମ୍ପାନୀ ପରିସରରେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ଶୋଇଥିବା ବେଳେ ଗତ ରାତିରେ ୩ ଟ୍ୟାଙ୍କର ଡ୍ରାଇଭରଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ଗତକାଲି ବିଳମ୍ବିତ ରାତିରେ ଏହି ୩ ଡ୍ରାଇଭର ଛଟପଟ ହେଉଥିବା ଅନ୍ୟ ଟ୍ୟାଙ୍କର ଡ୍ରାଇଭରମାନେ ଦେଖିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଛି ତାହା ଏ ଯାଏ ଅସ୍ପଷ୍ଟ ରହିଛି। ଟାଉନ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଲକଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଡ୍ରାଇଭର ଶକ୍ତି ସୁଗାର୍ସକୁ ଆସିଥିଲେ। ମାତ୍ର ମାଲ୍ ନେଇ ନ ଥିବାରୁ ଏମାନେ ଏଠାରେ ରହି ଯାଇଥିଲେ। ସମସ୍ତ ମୃତକ ବିହାରର ହୋଇଥିବା ବେଳେ ସେମାନେ ସମ୍ପର୍କୀୟ ଭାଇ ବୋଲି ଜଣା ପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।