୨ଟି ଲାଇମଷ୍ଟୋନ୍ ଖଣି ନିଲାମୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ଦୁଇଟି ଲାଇମଷ୍ଟୋନ୍ ଖଣି ନିଲାମୀ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ଗାରାମୁରା ଲାଇମଷ୍ଟୋନ୍ ଖଣି ଓ ସୁନ୍ଦରଗଡ଼ ଜିଲ୍ଲା ଖଟପୁରା ବାହାଲ ଖଣି ନିଲାମୀ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଗାରାମୁରା ଲାଇମଷ୍ଟୋନ୍ ଖଣିରେ ୨.୭୯ ମିଲିୟନ ଟନ୍ ଏବଂ ଖଟପୁରା ବାହାଲ ଖଣିରେ ୯ ଦଶମିକ ୯ ମିଲିୟନ ଟନ୍ ଖଣିଜ ପଦାର୍ଥ ଗଛିତ ଥିବା ଜଣାପଡ଼ିଛି । ନିଲାମ ପାଇଁ ଆବେଦନର ଶେଷ ତାରିଖ ରହିଛି […]

khani

Rakesh Mallick
  • Published: Thursday, 07 January 2016
  • , Updated: 07 January 2016, 05:18 AM IST

ଭୁବନେଶ୍ୱର: ରାଜ୍ୟର ଦୁଇଟି ଲାଇମଷ୍ଟୋନ୍ ଖଣି ନିଲାମୀ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ଗାରାମୁରା ଲାଇମଷ୍ଟୋନ୍ ଖଣି ଓ ସୁନ୍ଦରଗଡ଼ ଜିଲ୍ଲା ଖଟପୁରା ବାହାଲ ଖଣି ନିଲାମୀ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଗାରାମୁରା ଲାଇମଷ୍ଟୋନ୍ ଖଣିରେ ୨.୭୯ ମିଲିୟନ ଟନ୍ ଏବଂ ଖଟପୁରା ବାହାଲ ଖଣିରେ ୯ ଦଶମିକ ୯ ମିଲିୟନ ଟନ୍ ଖଣିଜ ପଦାର୍ଥ ଗଛିତ ଥିବା ଜଣାପଡ଼ିଛି ।

ନିଲାମ ପାଇଁ ଆବେଦନର ଶେଷ ତାରିଖ ରହିଛି ଫେବୃୟାରୀ ୫ । ଫେବୃୟାରୀ ୧୦ ତାରିଖ ସୁଦ୍ଧା ବିଡିଂ ରିପୋର୍ଟ ବିଭାଗ ପାଖରେ ଦାଖଲ ହେବ। ଏହି ନିଲାମୀ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ଖଣି ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ ହୋଇଛି । ଗତ ୨୩ ତାରିଖରେ ରାଜ୍ୟର ପ୍ରଥମ ଖଣି ଭାବେ  ସୁନ୍ଦରଗଡ଼ର ଘେରାବୁରାଣୀ-ସାଗାସାହି ଲୁହାପଥର ଖଣି  ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ନିଲାମୀ ନେଇ ଚିହ୍ନଟ ହୋଇଥିବା ୭ଟି ଖଣି ଜି-ଥ୍ରୀ ଲେଭଲର ହୋଇଥିବାରୁ ଏଥିପାଇଁ  ସରକାର କେନ୍ଦ୍ରର ଅନୁମତି ମାଗିଛନ୍ତି।

ଏପଟେ ମାଲକାନଗିରି ଜିଲ୍ଲାରେ ୨ଟି ଖଣିର ଜିପିଏସ୍ ସର୍ଭେ ଏବଂ ଜିଓଲୋଜିକାଲ ରିପୋର୍ଟ ଚଳିତ ମାସରେ କରାଯିବ ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

Related story