ମା’ କଉଠି ଅଛୁ, ମୋତେ ନେଇ ଯାଆ...

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦୁଇବର୍ଷର କୁନି ଝିଅ। ଠିକରେ କଥା କହିପାରୁନି। ହେଲେ ମାଆକୁ ନପାଇ ରାହାଧରି କାନ୍ଦୁଛି। ଚାରି ଆଡ଼କୁ ଅନାଇ ଜନଗହଳୀ ଭିତରେ ମନେ ମନେ ମାଆକୁ ଖୋଜୁଛି। ଆଉ କହୁଛି, ମାଆ ତୁ କେଉଁଠି ଅଛୁ, ମୋତେ ଶୀଘ୍ର ନେଇଯାଆ…। କୁନି ଝିଅଟି କଥା କହିପାରୁନଥିଲେ ମଧ୍ୟ ଆଖିରୁ ଝରିପଡ଼ୁଥିବା ଲୋହ ସବୁକିଛି ବୟାନ କରୁଥିଲା। ଆଜି ଅପରାହ୍ନ ୪ଟାରୁ ସାଢ଼େ ୪ଟା ହେବ। ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା […]

child

child

Manoranjan Sial
  • Published: Wednesday, 15 January 2020
  • Updated: 15 January 2020, 08:28 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦୁଇବର୍ଷର କୁନି ଝିଅ। ଠିକରେ କଥା କହିପାରୁନି। ହେଲେ ମାଆକୁ ନପାଇ ରାହାଧରି କାନ୍ଦୁଛି। ଚାରି ଆଡ଼କୁ ଅନାଇ ଜନଗହଳୀ ଭିତରେ ମନେ ମନେ ମାଆକୁ ଖୋଜୁଛି। ଆଉ କହୁଛି, ମାଆ ତୁ କେଉଁଠି ଅଛୁ, ମୋତେ ଶୀଘ୍ର ନେଇଯାଆ...। କୁନି ଝିଅଟି କଥା କହିପାରୁନଥିଲେ ମଧ୍ୟ ଆଖିରୁ ଝରିପଡ଼ୁଥିବା ଲୋହ ସବୁକିଛି ବୟାନ କରୁଥିଲା।

ଆଜି ଅପରାହ୍ନ ୪ଟାରୁ ସାଢ଼େ ୪ଟା ହେବ। ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ପାଖରେ ଜଣେ ମହିଳା ନିଜର ଦୁଇ ବର୍ଷର ଛୁଆକୁ ଛାଡ଼ି ଥିଲେ। ଆଉ କହିଥିଲେ, ମାଉସୀ ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଉଛି, ଝିଅକୁ ଟିକେ ଲକ୍ଷ୍ୟ କରିଥିବ। ଏହା ପରେ ମହିଳା ଜଣକ ଗୋରେଖନାଥ ପୀଠ ଭିତରକୁ ଯାଇଥିଲେ। ହେଲେ ଫେରିଲେ ନାହିଁ। ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ଛୁଆଟି ରାହା ଧରି କାନ୍ଦିଥିଲା। ବୃଦ୍ଧା ଜଣକ ଛୁଆଟିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଝିଅଟି ମାଆକୁ ନପାଇ ରାହା ଧରି କାନ୍ଦିବା ଆରମ୍ଭ କରିଥିଲେ। କାନ୍ଦ ବନ୍ଦ କରୁନଥିଲା।

ଶେଷରେ ବୃଦ୍ଧା ଜଣକ ସ୍ଥାନୀୟ ଲୋକଙ୍କୁ ପୂରା ଘଟଣା କହିଥିଲେ। ଏହା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି CWC କୁ ହସ୍ତାନ୍ତର କରାଯାଇଛି। ରାତି ପର୍ଯ୍ୟନ୍ତ ମାଆ-ବାପା ଛୁଆକୁ ନେବା ପାଇଁ ଆସିନଥିବାରୁ CWC ଚିନ୍ତାରେ ପଡ଼ି ଯାଇଛି। ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ମାଆ ଓ ବାପାଙ୍କ ସମ୍ପର୍କରେ ତଥ୍ୟ ନମିଳିଲେ ଶିଶୁକନ୍ୟାକୁ ଶିଶୁ ଆଶ୍ରମରେ ରଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos