- Videos
- Odisha
- ମହଙ୍ଗା ପଡ଼ିଲା ଲାଞ୍ଚ: ଡେପୁଟି କଲେକ୍ଟରଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ
ମହଙ୍ଗା ପଡ଼ିଲା ଲାଞ୍ଚ: ଡେପୁଟି କଲେକ୍ଟରଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ
- Published: Friday, 15 December 2017
- , Updated: 15 December 2017, 11:14 AM IST
<p>ବଲାଙ୍ଗିର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କୁ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ ଜେଲ୍ ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଜୟିନୀ କେନ୍ଦ୍ରାପଡ଼ାରେ ଡେପୁଟି କଲେକ୍ଟର ଅଛନ୍ତି।</p>
<p>ଏହା ହେଉଛି ୨୫ ମାର୍ଚ୍ଚ, ୨୦୧୩ ମସିହାର ଘଟଣା। ବିଜୟିନୀ ଲୋଇସିଂହାର ତହସିଲଦାର ଥିଲା ସମୟରେ ଏକ ଜମିରେ ପାଣି ମଡ଼ାଇବା ପାଇଁ ଜଣେ ଚାଷୀଙ୍କୁ ହଇରାଇ ହରକତ କରୁଥିଲେ। ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। କେବଳ ଗୋଟିଏ ନୁହେଁ ୨ଟି ଘଟଣାରେ ବିଜୟିନୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏନେଇ ତଦନ୍ତ ଚାଲିଥିଲା। ତଦନ୍ତକାରୀ ଅଧିକାରୀ ୨୦୧୪ ମାର୍ଚ୍ଚ ୧୪ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ସେହିଦିନ ଠାରୁ ଟ୍ରାଏଲ୍ ଆରମ୍ଭ ହୋଇଥିଲା। ଗତକାଲି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ବିଜୟିନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା’ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।</p>