ଇବ୍‌ ନଦୀର ତୀକ୍ଷ୍ମ ପଥର ଛନ୍ଦରେ ଜୀବନ ଖୋଜୁଛି ଅଗ୍ନିଶମ ବିଭାଗ

ସୁନ୍ଦରଗଡ଼ (ବିଜୟ ବରୁଆ): ନଦୀର ଗର୍ଭରେ ଛିଡ଼ା ହୋଇଛି ତୀକ୍ଷ୍ମ ପଥର ମାଳ। ଆଉ ସେହି ତୀକ୍ଷ୍ମ ପଥରରେ ମାଡ଼ ହେଉଛି ଇବ୍‌ ନଦୀର ପ୍ରଖର ସ୍ରୋତ। ତାହାରି ଭିତରେ ଛନ୍ଦି ହୋଇଯାଇଛି ୩ ପର୍ଯ୍ୟଟକଙ୍କ ଜୀବନ। ବହୁ ଖୋଜାଖୋଜି ପରେ ବିପଦପୂର୍ଣ୍ଣ ପଥର ଛନ୍ଦିରୁ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଅନ୍ୟ ୨ ଜଣଙ୍କ ପତ୍ତା ମିଳୁନି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀରେ ଘଟିଛି। ଝାରସୁଗୁଡ଼ା […]

IB-River

  • Published: Wednesday, 04 January 2023
  • , Updated: 04 January 2023, 04:39 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ନଦୀର ଗର୍ଭରେ ଛିଡ଼ା ହୋଇଛି ତୀକ୍ଷ୍ମ ପଥର ମାଳ। ଆଉ ସେହି ତୀକ୍ଷ୍ମ ପଥରରେ ମାଡ଼ ହେଉଛି ଇବ୍‌ ନଦୀର ପ୍ରଖର ସ୍ରୋତ। ତାହାରି ଭିତରେ ଛନ୍ଦି ହୋଇଯାଇଛି ୩ ପର୍ଯ୍ୟଟକଙ୍କ ଜୀବନ। ବହୁ ଖୋଜାଖୋଜି ପରେ ବିପଦପୂର୍ଣ୍ଣ ପଥର ଛନ୍ଦିରୁ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଅନ୍ୟ ୨ ଜଣଙ୍କ ପତ୍ତା ମିଳୁନି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀରେ ଘଟିଛି।

ଝାରସୁଗୁଡ଼ା ଗୁରମାଳ ଶାନ୍ତିନଗର ସତୀଶ କୁମାର ଗୁପ୍ତା, ଚୂଡାମଣି ମେହେର, ମୁକେଶ ମେହେର ଓ ତାଙ୍କ ସାଥୀମାନେ ନୂଆବର୍ଷ ଅବସରରେ ପିକ୍‌ନିକ୍‌ କରିବା ପାଇଁ ସୁନ୍ଦରଗଡ଼ ଘୋଘୋରକୁ ଆସିଥିଲା। ରନ୍ଧାରନ୍ଧି ଚାଲିଥିବା ବେଳେ ୩ ସାଙ୍ଗ ଇବ ନଦୀର କନାକୁଣ୍ଡାଠାରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ସେମାନେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ୩ ସାଙ୍ଗଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ନଦୀ ଭିତରେ ଥିବା ତୀକ୍ଷ୍ମ ପଥର ଦେଖି ଭୟ କରିଥିଲେ। ପରେ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ଖବର ପାଇଁ କନାକୁଣ୍ଡାରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ସତୀଶ କୁମାର ଗୁପ୍ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଦୁଇ ଜଣଙ୍କ ପତ୍ତା ମିଳୁନାହିଁ।

ସୂଚନାରୁ ପ୍ରକାଶ, ଡିସେମ୍ବର ୧୮ ତାରିଖରେ ରାଉରକେଲା ସେକ୍ଟର ୧୫ ଅଞ୍ଚଳର ଜଣେ ଯୁବକ ସେଲ୍‌ଫି ନେଉଥିବା ବେଳେ ଗୋଡ ଖସି ଯାଇ ପାଣିରେ ନିଖୋଜ ହୋଇଯାଇଥିଲେ। ୪୦ ଘଣ୍ଟା ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

Related story