ବିଷାକ୍ତ ଦହି ଖାଇ ୨୦ ଅସୁସ୍ଥ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମନାଙ୍କୁ ଗୁରୁତର ଅବସ୍ଥାରେ କନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ, ଲୁନ୍ଦୁରୁଡିହ, ଗୋଷାଇପଡା ଆଦି ଗାଁର ଲୋକେ ଗୋଟିଏ ସ୍ଥାନରୁ ହିଁ ଦହି କିଣି ଖାଇଥିଲେ । ଏହାପରେ ଗାଁର ୨୦ ଜଣ ଲୋକଙ୍କ ଦେହ ଅସୁସ୍ଥ […]

kuchinda-ill

Madhupriya Mistry
  • Published: Wednesday, 23 December 2020
  • , Updated: 23 December 2020, 01:54 PM IST

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମନାଙ୍କୁ ଗୁରୁତର ଅବସ୍ଥାରେ କନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଗତକାଲି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ, ଲୁନ୍ଦୁରୁଡିହ, ଗୋଷାଇପଡା ଆଦି ଗାଁର ଲୋକେ ଗୋଟିଏ ସ୍ଥାନରୁ ହିଁ ଦହି କିଣି ଖାଇଥିଲେ । ଏହାପରେ ଗାଁର ୨୦ ଜଣ ଲୋକଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସମସ୍ତଙ୍କୁ ଝାଡାବାନ୍ତି ହେବା ସହ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ପ୍ରଥମେ କନ୍ତରା ଡାକ୍ତରଖାନା ଓ ପରେ ଆମ୍ବୁଲାନ୍ସ ଯୋଗେ କୁସୁମୀ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ମହୁଲପାଲି ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related story