୨୦ ହଜାର କଣ୍ଟ୍ରୋଲ ଦୋକାନରେ ଲାଗୁ ହେବ ଫେୟାର ପ୍ରାଇସ୍‌ ଅଟୋମେସନ୍‌ ସିଷ୍ଟମ୍

ଭୁବନେଶ୍ୱର: ରାସନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଫେୟାର ପ୍ରାଇସ୍‌ ଅଟୋମେସନ୍‌ ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ମହାନଗର ନିଗମର କିଛି ମୈତ୍ରୀ ସେଣ୍ଟର ଓ ଭୁବନେଶ୍ୱର ବ୍ଲକର କିଛି ପଞ୍ଚାୟତରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ୨୦ ହଜାର କଣ୍ଟ୍ରୋଲ ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ହିତାଧିକାରୀଙ୍କ ରାସନ କାର୍ଡ ସ୍କାନିଂ କରାଯିବା […]

pds

Rakesh Mallick
  • Published: Tuesday, 23 February 2016
  • , Updated: 24 February 2016, 02:15 AM IST

ଭୁବନେଶ୍ୱର: ରାସନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଫେୟାର ପ୍ରାଇସ୍‌ ଅଟୋମେସନ୍‌ ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ମହାନଗର ନିଗମର କିଛି ମୈତ୍ରୀ ସେଣ୍ଟର ଓ ଭୁବନେଶ୍ୱର ବ୍ଲକର କିଛି ପଞ୍ଚାୟତରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ୨୦ ହଜାର କଣ୍ଟ୍ରୋଲ ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ବର୍ତ୍ତମାନ ହିତାଧିକାରୀଙ୍କ ରାସନ କାର୍ଡ ସ୍କାନିଂ କରାଯିବା ସହ ସେମାନଙ୍କ ନାଁ, ପରିବାର ସଦସ୍ୟଙ୍କ ସଂଖ୍ୟା ବି ଯାଞ୍ଚ କରାଯାଉଛି। ରାସନକାର୍ଡ ଅନୁସାରେ କେଉଁ ହିତାଧିକାରୀ କେତେ ପରିମାଣର ଖାଦ୍ୟ ସାମଗ୍ରୀ ପାଇବେ ସେ ନେଇ ବି ଅନୁଧ୍ୟାନ କରାଯାଇ ବିଲ୍‌ ପ୍ରଦାନ କରାଯାଉଛି। ଭୁବନେଶ୍ୱର ଧଉଳି ପଞ୍ଚାୟତରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ପ୍ରକୃତ ହିତାଧିକାରୀ ଚାଉଳ, ଗହମ, କିରୋସିନି ପାଉଛନ୍ତି କି ନାହିଁ ତାହା ତଦାରଖ କରିବା ପାଇଁ ଓ ଖାଦ୍ୟ ଯୋଗାଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଏହି ଫେୟାର ପ୍ରାଇସ ଅଟୋମେସନ୍‌ ସିଷ୍ଟମ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଧଉଳି ପଞ୍ଚାୟତ ଅଫିସର ରମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ପ୍ରଥମେ କାର୍ଡ ଯାଞ୍ଚ କରି ସେ ହିତାଧିକାରୀଙ୍କ ପରିବାର ଲୋକ କି ନୁହେଁ ଦେଖୁଛୁ। ହିତାଧିକାରୀ ନିଜେ ଆସିଥିଲେ କି ପରିବାରରୁ କେହି ଆସିଥିବା ଜାଣିବା ପରେ ଟଙ୍କା ରଖି ରାସନ ସାମଗ୍ରୀ ଦେଉଛୁ।”

ଖାଦ୍ୟ ଯୋଗାଣ ସଚିବ ମଧୁସୂଦନ ପାଢୀ କହିଛନ୍ତି, “ଆଗାମୀ ଦିନରେ ୨୦ ହଜାର କଣ୍ଟ୍ରୋଲ ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟସଶ୍ୟ ଯୋଗାଣ ସମ୍ପକୟରେ ତଥ୍ୟ ସଂଗ୍ରହ ସହିତ ପଞ୍ଜିକୃତ ହିତାଧିକାରୀ ଖାଦ୍ୟ ସାମଗ୍ରୀ ପାଉଛନ୍ତି ନା ନାହଁ ତା’ ଉପରେ ନଜର ରଖାଯାଇ ପାରିବ।”

ଖାଦ୍ୟ ସାମଗ୍ରୀ ବଣ୍ଟନରେ କଳାବଜାରୀ ରୋକିବା ସହ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବାକୁ ରାଜ୍ୟ ସରକାର ଏହି ଫେୟାର ପ୍ରାଇସ୍‌ ଅନୋମେସନ୍‌ ସିଷ୍ଟମ ଲାଗୁ କରିବାକୁ ଯୋଜନା କରିଛନ୍ତି।

Related story