ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା, ୨୦ ଆହତ

ବଣାଇ (ରଞ୍ଜିତ ଚୈଧୁରୀ): କାମ ଚାଲିଥିବା ବେଳେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଯିବା ଫଳରେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ଶ୍ରମିକ ମଧ୍ୟ ରହିଛନ୍ତି। ମାତ୍ର କେଉଁ କାରଣରୁ ବ୍ରିଜ୍‌ ଭୁଶୁଡ଼ିଲା, ତାହା ଜଣାପଡ଼ି ନାହିଁ। ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ଏହି ଅଞ୍ଚଳରେ ଏକ ନିର୍ମାଣାଧୀନ ବ୍ରିଜ୍‌ର କାମ ଚାଲିଥିଲା। କାମରେ ୨୦ରୁ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। […]

bridge-collaps

Jyoshna Pradhan
  • Published: Sunday, 14 October 2018
  • , Updated: 14 October 2018, 04:06 PM IST

ବଣାଇ (ରଞ୍ଜିତ ଚୈଧୁରୀ): କାମ ଚାଲିଥିବା ବେଳେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଯିବା ଫଳରେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ଶ୍ରମିକ ମଧ୍ୟ ରହିଛନ୍ତି। ମାତ୍ର କେଉଁ କାରଣରୁ ବ୍ରିଜ୍‌ ଭୁଶୁଡ଼ିଲା, ତାହା ଜଣାପଡ଼ି ନାହିଁ।

ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ଏହି ଅଞ୍ଚଳରେ ଏକ ନିର୍ମାଣାଧୀନ ବ୍ରିଜ୍‌ର କାମ ଚାଲିଥିଲା। କାମରେ ୨୦ରୁ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। କାମ ଚାଲିଥିବା ବେଳେ ହଠାତ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ସମସ୍ତ ଶ୍ରମିକ ବ୍ରିଜ୍‌ ତଳେ ଚାପି ହୋଇରହିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଭୁସୁଡ଼ିଥିବା ଅଭିଯୋଗ ହେଉଛି।

Related story