ଡାଲିରୁ ବାହାରିଲା ଝିଟିପିଟି, ହସପିଟାଲରେ ୨୦ ଛାତ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ହଷ୍ଟେଲରେ ୨୦ ଜଣ ଛାତ୍ର ରାତ୍ର ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇଥିବା ଜଣାଯାଇଛି। ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ରାତ୍ର ଭୋଜନ କରୁଥିଲେ। ଏହି ସମୟରେ ଦେବେହରି ଛତ୍ରିଆ ନାମକ ଜଣେ ଛାତ୍ର ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ।  ଏନେଇ ହଷ୍ଟେଲ ଇନଚାର୍ଜ […]

Bolagiri

Tapaswini Nayak
  • Published: Tuesday, 24 May 2022
  • , Updated: 24 May 2022, 01:36 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ହଷ୍ଟେଲରେ ୨୦ ଜଣ ଛାତ୍ର ରାତ୍ର ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇଥିବା ଜଣାଯାଇଛି।

ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ରାତ୍ର ଭୋଜନ କରୁଥିଲେ। ଏହି ସମୟରେ ଦେବେହରି ଛତ୍ରିଆ ନାମକ ଜଣେ ଛାତ୍ର ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ।  ଏନେଇ ହଷ୍ଟେଲ ଇନଚାର୍ଜ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପିଲାମାନେ ଜଣାଇଯାଇଥିଲା। ହଷ୍ଟେଲ ଇନଜାର୍ଜ ହସ୍ତକ୍ଷେପ ପରେ ଝିଟିପିଟି ପଡ଼ିଥିବା ଡାଲିକୁ ଫୋପଡ଼ି ଦିଆଯାଇଥିଲା।

ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ରାତିରେ ଅନେକ ଛାତ୍ରଙ୍କ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା। ହେଲେ ଛାତ୍ରମାନଙ୍କୁ ରାତିରେ ହଷ୍ଟେଲ ଇନଚାର୍ଜ ମେଡିକାଲ ଆଣିନଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଦେହ ଅଧିକ ଖରାପ ହେବାରୁ ୨୦ ଛାତ୍ରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

କୌଣସି ଛାତ୍ରଙ୍କ ଅବସ୍ଥା ଗୁରୁତର ନଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରାଯିବା ସହ ରୋଷୋୟା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହଷ୍ଟେଲ ଇନଚାର୍ଜ ବିଦୁଭୂଷଣ କର କହିଛନ୍ତି।

ସେ ଆହୁରି କହିଛନ୍ତି, ଝିଟିପିଟି ଖାଦ୍ୟରେ ପଡ଼ିଥିବା କଥା ଜଣାପଡ଼ିବା ପୂର୍ବରୁ ୭୦ରୁ ୮୦ ପ୍ରତିଶତ ପିଲା ଖାଦ୍ୟ ଖାଇସାରିଥିଲେ। ଝିପିପିଟି ପଡ଼ିଥିବା ଡାଲିକୁ ଫୋପାଡ଼ି ଦିଆଯାଇଥିଲା।  ପୁଣି ଥରେ ଡାଲି ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା।

ତେବେ ହଷ୍ଟେଲରେ ଅନ୍ୟପିଲାମାନେ ସୁସ୍ଥ ଥିବା ଜଣାଯାଇଛି।

Related story