୨୦୧୭ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ରାଞ୍ଚି-ବିଜୟୱାଡ଼ା ରାଜପଥ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର:୨୦୧୭ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ରାଞ୍ଚି-ବିଜୟୱାଡ଼ା ରାଜପଥ ନିର୍ମାଣ କାର୍ଯ୍ୟ। ଶନିବାର ସଚିବାଳୟରେ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ୱେ କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଆଉ ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ୧୨ଶହ ୫ କିଲୋମିଟର ବିଶିଷ୍ଟ ରାଞ୍ଚି-ବିଜୟୱାଡ଼ା ରାଜପଥର ୮୨୦ କିଲୋମିଟର କାମ ସଂପୂର୍ଣ୍ଣ ହୋଇଛି। ବାକି ୩୮୫ କିଲୋମିଟର ମଧ୍ୟରୁ ୧୯୯ କିଲୋମିଟର ରାସ୍ତାର ନିର୍ମାଣ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଓ ଅବଶିଷ୍ଟ ୧୮୬ […]

naveen

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 02:20 PM IST

ଭୁବନେଶ୍ୱର:୨୦୧୭ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ରାଞ୍ଚି-ବିଜୟୱାଡ଼ା ରାଜପଥ ନିର୍ମାଣ କାର୍ଯ୍ୟ। ଶନିବାର ସଚିବାଳୟରେ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ୱେ କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଆଉ ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ୧୨ଶହ ୫ କିଲୋମିଟର ବିଶିଷ୍ଟ ରାଞ୍ଚି-ବିଜୟୱାଡ଼ା ରାଜପଥର ୮୨୦ କିଲୋମିଟର କାମ ସଂପୂର୍ଣ୍ଣ ହୋଇଛି। ବାକି ୩୮୫ କିଲୋମିଟର ମଧ୍ୟରୁ ୧୯୯ କିଲୋମିଟର ରାସ୍ତାର ନିର୍ମାଣ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଓ ଅବଶିଷ୍ଟ ୧୮୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟେଣ୍ଡର କରିଛନ୍ତି। ସେହିପରି ୬୫୦ କିଲୋମିଟିର ରାଉରକେଲା-ଜଗଦଲପୁର ବିଜୁ ଏକ୍ସପ୍ରେସ୍ ରାସ୍ତାର ୧୬୬ କିଲୋମିଟର ନିର୍ମାଣ ପିପିପି ମୋଡରେ ଚାଲିଛି। ଅବଶିଷ୍ଟ କାମ ବର୍ଷା ପରେ ଆରମ୍ଭ ହେବ।

Related story