ଜୁନ୍‌ ୨୨ରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, କାଲିଠୁ ଅନ୍‌ଲାଇନ୍‌ ଫର୍ମ ପୂରଣ

କଟକ (ଓଡ଼ିଶା ରିପୋର୍ଟର): ଜୁନ ୨୨ରୁ ୨୯ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା ହେବ। ସେଥିପାଇଁ ଆସନ୍ତା କାଲିଠାରୁ ମେ’ ୩୧ ତାରିଖ ରାତି ୧୨ ଯାଏଁ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଫର୍ମପୂରଣର ସମସ୍ତ ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ। ଛାତ୍ରଛାତ୍ରୀମାନେ  www.bscodisha.ac.in ୱେବ୍‌ସାଇଟ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଫର୍ମପୂରଣ ପ୍ରକ୍ରିୟା ସମାପ୍ତ ପରେ ଜୁନ ୨୨ ରୁ ଆରମ୍ଭ ହେବ ସପ୍ଲିମେଣ୍ଟରୀ ପରୀକ୍ଷା। ଜୁନ ୨୨ରେ […]

matric

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 06:46 PM IST

କଟକ (ଓଡ଼ିଶା ରିପୋର୍ଟର): ଜୁନ ୨୨ରୁ ୨୯ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା ହେବ। ସେଥିପାଇଁ ଆସନ୍ତା କାଲିଠାରୁ ମେ’ ୩୧ ତାରିଖ ରାତି ୧୨ ଯାଏଁ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଫର୍ମପୂରଣର ସମସ୍ତ ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ। ଛାତ୍ରଛାତ୍ରୀମାନେ  www.bscodisha.ac.in ୱେବ୍‌ସାଇଟ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଫର୍ମପୂରଣ ପ୍ରକ୍ରିୟା ସମାପ୍ତ ପରେ ଜୁନ ୨୨ ରୁ ଆରମ୍ଭ ହେବ ସପ୍ଲିମେଣ୍ଟରୀ ପରୀକ୍ଷା। ଜୁନ ୨୨ରେ ସାହିତ୍ୟ, ୨୩ରେ ଇଂରାଜୀ, ୨୪ରେ ଭିଜୁଆଲ ଆର୍ଟ, ୨୫ରେ ହିନ୍ଦୀ, ୨୬ ରେ ସଂସ୍କୃତ, ୨୭ରେ ଗଣିତ, ୨୮ରେ ବିଜ୍ଞାନ ଓ ୨୯ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସକାଳ ୯ ଟାରୁ ସାଢ଼େ ୧୧ ଟା ଯାଏଁ ପରୀକ୍ଷା ହେବ। ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି।

Related story