୨୦୨୦ ସୁଦ୍ଧା ଓଡ଼ିଶା ହେବ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ବ୍ୟବସାୟ ଷ୍ଟାର୍ଟ ଅପ୍‌ରେ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରଖିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟକୁ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌ରେ ପରିଣତ କରିବାକୁ ଡ୍ରାଫ୍ଟ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ୨୦୧୬ ପ୍ରସ୍ତୁତ ହୋଇଛି। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ପଲିସି ଉପରେ ଷ୍ଟକ ହୋଲଡରମାନେ ମତାମତ ଦେଇପାରିବେ। ତା’ ପରେ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ୨୦୧୬ର ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। […]

startup

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 03:08 PM IST

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ବ୍ୟବସାୟ ଷ୍ଟାର୍ଟ ଅପ୍‌ରେ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରଖିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟକୁ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌ରେ ପରିଣତ କରିବାକୁ ଡ୍ରାଫ୍ଟ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ୨୦୧୬ ପ୍ରସ୍ତୁତ ହୋଇଛି। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ପଲିସି ଉପରେ ଷ୍ଟକ ହୋଲଡରମାନେ ମତାମତ ଦେଇପାରିବେ। ତା’ ପରେ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ୨୦୧୬ର ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍କୁଲ ଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଷ୍ଟାର୍ଟ ଅପ୍‌ ଓଡ଼ିଶାକୁ କୋର୍ସ ଭାବେ ସାମିଲ କରିବାକୁ ପଲିସିରେ ବ୍ୟବସ୍ଥା ରହିଛି।

ରାଜ୍ୟକୁ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌ରେ ପରିଣତ କରିବାକୁ ୫ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି। ଏହି ସମୟ ମଧ୍ୟରେ ୧୦୦୦ ଷ୍ଟାର୍ଟ ଅପ୍‌କୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଯୁବ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ବ୍ୟବସ୍ଥା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ ହେବ। ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟେଟ ଲେବଲ ଇମ୍ପ୍ଲିମେଣ୍ଟେସନ କମିଟି ରହିବ। ବିଭିନ୍ନ ସମ୍ପୃକ୍ତ ବିଭାଗର ୭ ଜଣ ସଚିବ ଏହି କମିଟିର ସଦସ୍ୟ ରହିବେ। ଏମ୍‌ଏସ୍‌ଏମ୍‌ଇ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି ଗଠନ ହେବ ବୋଲି ଜଣାପଡିଛି।

ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, “ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ହୋଇ ପଲିସିକୁ ପବ୍ଲିକ ଡୋମେନ୍‌କୁ ଦିଆଯାଇଛି। ତାଙ୍କ ମତାମତ ଆସିବା ପରେ ପଲିସିର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ।”

ଏହି ଡ୍ରାଫ୍ଟ ପଲିସିରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସ୍କୁଲ ଓ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଷ୍ଟାର୍ଟ ଅପ୍‌ ଶିକ୍ଷା ଓ ଉଦ୍ୟୋଗ ବିକାଶ ସମ୍ପର୍କରେ ପାଠ୍ୟକ୍ରମ ରଖାଯିବାକୁ ପ୍ରସ୍ତାବ ରହିଛି। କମିଟି ଦ୍ୱାରା ଅନୁମୋଦନ ପାଇଥିବା ୫ ବର୍ଷର ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷା ଅନୁଷ୍ଠାନକୁ ଏକା ସଙ୍ଗରେ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିବ।

ଚାର୍ଟାଡ ଆକାଉଣ୍ଟାଣ୍ଟ ବିଜୟ ସାହୁ କହିଛନ୍ତି, “ବହୁତ ନୂଆ ଷ୍ଟାର୍ଟ ଅପ୍‌ ଚିନ୍ତାଧାରା ପ୍ରାଇମେରୀ, ସେକେଣ୍ଡାରୀ ଓ ହାୟର ଏଜୁକେସନ ସ୍ତରରୁ ଆସିବ। ଇଣ୍ଟରନେଟ୍‌ରେ କିପରି ଶିକ୍ଷା ଗ୍ରହଣ କରାଯାଇ ପାରିବ ତାହା ମଧ୍ୟ ଓଡ଼ିଶାକୁ ଆସିବ।”

Related story