ସୂର୍ଯ୍ୟ ଦେଓ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବା ତାଙ୍କର ସୌଭାଗ୍ୟ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅସ୍ୱଚ୍ଛ ଇତିହାସ ସ୍ୱଚ୍ଛ ହୋଇଯାଉ। ଓଡ଼ିଶା ସିନେମା ଇତିହାସ ଉଜାଗର ହେଉ। ସେଥିପାଇଁ ରୂପ ପାଇଛି ‘କାଲି ପାଇଁ କାଲିର ସିନେମା’। ଏହି […]

surya-deo

surya-deo

Niranjan Mishra
  • Published: Friday, 22 July 2022
  • Updated: 22 July 2022, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବା ତାଙ୍କର ସୌଭାଗ୍ୟ ବୋଲି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଅସ୍ୱଚ୍ଛ ଇତିହାସ ସ୍ୱଚ୍ଛ ହୋଇଯାଉ। ଓଡ଼ିଶା ସିନେମା ଇତିହାସ ଉଜାଗର ହେଉ। ସେଥିପାଇଁ ରୂପ ପାଇଛି ‘କାଲି ପାଇଁ କାଲିର ସିନେମା’। ଏହି ପୁସ୍ତକରେ ତଥ୍ୟ ଓ ନଥିକରଣକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ୨୧ଟି ସିନେମାର କୁହା ଓ ଅକୁହା କଥା ରହିଛି। ଯେଉଁ ଅଭିନେତା ଓ ବ୍ୟକ୍ତି ବିଶେଷ ଯେଉଁ ଫିଲ୍ମ ସହ ଜଡ଼ିତ, ନଥିପତ୍ର ସଂଗ୍ରହ କରି ସେମାନଙ୍କ ସହ ହୋଇଥିବା ସିଧାକଥା ବହିରେ ରହିଛି। ସେମାନଙ୍କୁ ଭେଟି ମିଳିଥିବା ଅନୁଭୂତିର କଥାକୁ ଉଲ୍ଲେଖ କରାଯାଇଛି। ଫିଲ୍ମ ଲଳିତା, ଶ୍ରୀଜଗନ୍ନାଥ, ଭାଇ ଭାଉଜ, କିଏ କାହାର, ସ୍ତ୍ରୀ, ମାୟା ମିରିଗ, କା’, ସଂସାର, ରକ୍ତଗୋଲାପ, ଭକ୍ତସାଲବେଗ ପ୍ରଭୃତି ସିନେମା ଏଥିରେ ରହିଛି। ୧୯୪୮ରୁ ୧୯୮୬ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମ ଗୁଡ଼ିକ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି।

ଫିଲ୍ମଗୁଡ଼ିକ ପ୍ରଯୋଜନା ସମୟର ପଛ କଥାକୁ ବହିରେ ଯୋଡ଼ା ଯାଇଛି। ଫିଲ୍ମଗୁଡ଼ିକ କେଉଁଠି ସୁଟିଂ ହୋଇଥିଲା, କେତେଟଙ୍କା ଖର୍ଚ୍ଚ ହୋଇଥିଲା, ସୁଟିଂ ବେଳେ ଘଟିଥିବା ଘଟଣା ଓ ଦୁର୍ଘଟଣାକୁ ବହିରେ ସ୍ଥାନ ଦିଆଯାଇଛି। ସମ୍ବାଦପତ୍ରରେ ଫିଲ୍ମ ସହ ଜଡ଼ିତ କଥୋପକଥନ ଓ ବିଭିନ୍ନ ନିର୍ଭରଯୋଗ୍ୟ ସୂତ୍ରରୁ ହସ୍ତଗତ ଫଟୋ ସଂଗ୍ରହ କରି ବହିରେ ଦିଆଯାଇଛି ବୋଲି ଶ୍ରୀ ଦେଓ କହିଛନ୍ତି।

ସେ କହିଛନ୍ତି, ଓଡ଼ିଆ କାହାଣୀ ଓ ଓଡ଼ିଆ କଥା ଥିବା ଚଳଚ୍ଚିତ୍ରକୁ ଲୋକେ ପସନ୍ଦ କରୁଛନ୍ତି। ଗୋଳିଆ ମିଶା କଥା ଥିବା ଫିଲ୍ମକୁ ଦର୍ଶକ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ସରକାର ଓଡ଼ିଆ ସିନେମାର ସୁରକ୍ଷା ନିମନ୍ତେ ପ୍ରଯତ୍ନଶୀଳ ନୁହେଁ। ତେଣୁ ଓଡ଼ିଆ ଚଳଚ୍ଚିତ୍ର ଅଭିଲେଖାଗାର ନାହିଁ, ଲାଇବ୍ରେରୀ କିମ୍ବା ମ୍ୟୁଜିୟମ ନାହିଁ, କେବଳ ଓଏଫଡିସି ଓ କଳିଙ୍ଗ ଷ୍ଟୁଡିଓ ରହିଛି। ସରକାର ଯେଉଁଦିନ ଅନୁଭବ କରିବେ ସିନେମା ଏକ ପରମ୍ପରା, ସେତେବେଳେ ଏ ସବୁ କରିବେ। ଯଦି ସରକାର ନ କରିବେ, ନିଶ୍ଚିତ ଏଥିରେ ରୁଚି ରଖୁଥିବା କେହି ବ୍ୟକ୍ତି ଏସବୁ କରିଦେଖାଇବେ।

ସୂର୍ଯ୍ୟ ଦେଓ କହିଛନ୍ତି, ଯେତେ ପାଠପଢ଼ିଲେ ବି ପ୍ରାଥମିକ ପାଠପଢ଼ା ଓ ଶିକ୍ଷକଙ୍କୁ ଭୁଲି ହୁଏନା। ଠିକ୍ ସେମିତି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରକୁ ଭୁଲି ହେବନି। ଦକ୍ଷିଣ ଫିଲ୍ମୀ କରିବାରେ ଚକାଚକ ପୋଷାକ, ପରିବେଶ ସାଙ୍ଗକୁ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଛି। ପରମ୍ପରାକୁ ଉଲ୍ଲଙ୍ଘନ କରି ଫିଲ୍ମଗୁଡ଼ିକ ହେଉଥିବାରୁ ଏହା ଉପରେ ବହୁ ମାମଲା ହେଉଛି। ମାତ୍ର ରୁଚିକର ଓଡ଼ିଆ ଫିଲ୍ମ ପୂରା ଭିନ୍ନ। ଓଡ଼ିଆର ପୋଷାକ, ଭାଷା, ପରମ୍ପରାକୁ ନେଇ ସିନେମା କରାଯାଇପାରିଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ। ଯାହା ଆଗରୁ ହେଉଥିଲା। ଆଗେ ଦର୍ଶକଙ୍କ ରୁଚିକୁ ଦେଖାଯାଉଥିଲା। ଆମ ଗାଁ ଓ ସହରରେ ଏହା ହେଉଛି ନା ନାହିଁ ପ୍ରଯୋଜକ ପରଖୁଥିଲେ। ପରେ ଫିଲ୍ମ ରିଲିଜ ହେଉଥିଲା। ଯାହା ଖୁବ୍ ଆଦୃତି ପାଉଥିଲା।

ଓଡ଼ିଆ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମକୁ ସେ ବହିଟି ପୁରସ୍କାର ପାଇବାର ଶ୍ରେୟ ମଧ୍ୟ ଦେଇଛନ୍ତି। ଗୀତ ଓ ଗୀତିକାରଙ୍କୁ ନେଇ ତାଙ୍କ ସଂଗୃହିତ ଏକ ଦ୍ୱିତୀୟ ସଂସ୍କରଣ ବହି ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଶ୍ରୀ ଦେଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story