କଟକରୁ ୨୨ ପଜିଟିଭ ଚିହ୍ନଟ
କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୭ଟି ଲୋକାଲ କେସ୍। ଏନେଇ କଟକ ମହାନଗର ନିଗମ (ସିଏମ୍ସି) ଟ୍ୱିଟ୍ କରିଛି।
#COVID19 update in Cuttack city (CMC area)
Out of the 28 new COVID-19 +ve cases reported today in #Cuttack district, 22 +ve cases belong to Cuttack city (CMC area).
Another 112 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/yha1Ku06EF
— CMC,Cuttack (@CMCCuttack) July 31, 2020
ଆଜି ଚିହ୍ନଟ ହୋଇଥିବା ୨୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଅଆପଡ଼ାରୁ ଜଣେ, ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନରୁ ୧ , ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ସୁଦ୍ଧା କଟକ ଟାଉନ୍ରୁ ୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।